ନୂଆବର୍ଷରେ କାଳିଆ ଦର୍ଶନ ବନ୍ଦ
ପୁରୀ : ନୂଆ ବର୍ଷରେ ବନ୍ଦ ରହିବ କାଳିଆ ଦର୍ଶନ । ଶୁକ୍ରବାର ବସିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ କରାଯାଇଛି । ବନକ ଲାଗି ସମୟରେ ଯେଉଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିଲା ତାହା ଭକ୍ତଙ୍କ ପାଇଁ ଖୋଲାଯିବ। ସେମାନେ ପାର୍ଶ୍ୱ ଦେବାଦେବୀ ଦର୍ଶନ ଓ ମହାପ୍ରସାଦ ସେବନ କରିପାରିବେ।
ଡିସେମ୍ବର ୩୧ ଓ ୧ତାରିଖ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଦିବ୍ୟାଙ୍ଗମାନଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର ଖୁବଶୀଘ୍ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଚଳିତ ମାସ ୧୬ତାରିଖରୁ ଆସନ୍ତା ମକର ସଂକ୍ରାନ୍ତି ପର୍ୟ୍ୟନ୍ତ ପହିଲି ଭୋଗ ନୀତି ନିର୍ଘଣ୍ଟ ହୋଇଛି । ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ସକାଳ ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ନୂତନ sop ଆସିବା ପରେ ମହାପ୍ରଭୁଙ୍କ ଦର୍ଶନ ସମୟ ପରିବର୍ତ୍ତନ କରାଯିବ।
ନୂଆ ବର୍ଷରେ ମିଳିବନି ଜଗା ଦର୍ଶନ : ଜାଣନ୍ତୁ କାହିଁକିସକାଳ ୫:୩୦ରୁ ୯:୩୦ପର୍ୟ୍ୟନ୍ତ ଦର୍ଶନ ଚାଲିବ । ବନକ ଲାଗି ଓ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଦିନ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ । ଭକ୍ତମାନେ ପାର୍ଶ୍ୱ ଦେବାଦେବୀ, ଗରୁଡ଼ ସ୍ତମ୍ଭ ଦର୍ଶନ ସମେତ ମହାପ୍ରସାଦ ସେବନ କରିପାରିବେ । ଚଳିତ ମାସର ସମସ୍ତ ରବିବାର ସମେତ ଡିସେମ୍ବର ୩୧ ଓ ଜାନୁଆରୀ ୧ତାରିଖ (ନୂଆବର୍ଷ) ଦିନ ଶ୍ରୀମନ୍ଦିର ବନ୍ଦ ରହିବ।
Powered by Froala Editor