ବ୍ରଣ ଜନିତ ସମସ୍ୟା ପାଇଁ ବ୍ୟବହାର କରନ୍ତୁ ଏହି ଫେସ ପ୍ୟାକ୍
ଭୁବନେଶ୍ୱର: ପୁରାତନ ଯୁଗରୁ ନିମ୍ବ ପତ୍ରର ଔଷଧୀୟ ଗୁଣ ସମ୍ପର୍କରେ ସମସ୍ତଙ୍କର ସାମ୍ୟକ ଧାରଣା ରହିଛି । ଉଭୟ ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନିମ୍ବ ପତ୍ର । ଯାହା ସୁସ୍ଥ, ଏବଂ ସୁନ୍ଦର ତ୍ୱଚା ପାଇଁ ବେଶ ଲାଭଦାୟକ । ବିଭିନ୍ନ ପ୍ରକାରର ତ୍ୱଚା ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ନିମ୍ବପତ୍ର । ମୁଖ୍ୟତଃ ବ୍ରଣ ସମସ୍ୟାର ଉପଚାର ପାଇଁ ଆସନ୍ତୁ ଜାଣିବା କିପରି ଘରେ ପ୍ରସ୍ତୁତ କରିବେ ନିମ୍ବପତ୍ର ଫେସ ପ୍ୟାକ୍ ।
- ନିମ୍ବପତ୍ରକୁ ଗୁଣ୍ଡ କରି ସେଥିରେ ଚାଉଳଚୂନା କିମ୍ବା ବେସନ ଏବଂ ଦହିକୁ ଏକାଠି ମିଶାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ପ୍ୟାକ୍ କୁ ନେଇ ମୁହଁ,ବେକ ଏବଂ ପିଠିରେ ଲଗାଇବେ । ତାପରେ ଏହା ଅଳ୍ପ ଶୁଖି ଆସିଲେ ହାତରେ ଧିରେ ଧିରେ ୫ରୁ ୧୦ ମିନିଟ ମସାଜ କରିବେ । ତାପରେ ଏହାକୁ ସମ୍ପୁର୍ଣ୍ଣ ଶୁଖିବାକୁ ଛାଡ଼ିଦେବେ । ଏହାପରେ ତ୍ୱଚାକୁ ଥଣ୍ଡା ପାଣିରେ ଧୋଇ ସଫା କରିବେ । ଏହା ସପ୍ତାହକୁ ଦୁଇରୁ ତିନି ଥର କରି ପାରିବେ ।
ଏପରି କରିବା ଦ୍ୱାରା,ଏହା ବ୍ରଣ ସମସ୍ୟାକୁ ଦୂର କରିବା ସହିତ ତ୍ୱଚାକୁ ମୁଲାୟମ କରିଥାଏ ।
Powered by Froala Editor