ସରିଲା କ୍ୟାଟ୍ରନା-ଭିକିଙ୍କ ବିବାହ
ମୁମ୍ବାଇ: ପଡିଲା ହାତଗଣ୍ଠି , ସରିଲା ବିବାହ । ଗତକାଲି ବହୁ ପ୍ରତୀକ୍ଷିତ କ୍ୟାଟ-ଭିକ୍ଙ୍କ ବିବାହ ବହୁ ଆଡମ୍ବରରେ ଶେଷ ହୋଇଛି । ଦୁହେଁ ଖୁସିର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ପରସ୍ପର ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି । ସାତ ଜନ୍ମର ସାଥି ହେବା ପାଇଁ କ୍ୟାଟ୍ରନା-ଭିକି କଥା ଦେଲେ ।
ବଲିଉଡର ଚିକିନି ଚମେଲି କ୍ୟାଟ୍ରିନା କୈଫହାତକୁ ଦୁଇ ହାତ ହେଲେ। ସରିଲା ଲକ୍ଷ ଲକ୍ଷ ଫ୍ୟାନ୍ସ ମାନଙ୍କର ଅପେକ୍ଷା ।
ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଗତକାଲି ରୟାଲ ଓ୍ୱେଡିଙ୍ଗ କରିଛନ୍ତି । କ୍ୟାଟ୍ରିନା ଏବଂ ବିକିଙ୍କ ବିବାହର ପ୍ରଥମ ଫଟୋ ଏବେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ପ୍ରଶଂସକମାନେ ଏହି ମୁହୂର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । କ୍ୟାଟ୍ରିନା ବ୍ରାଇଡାଲ୍ ଲୁକରେ ଖୁବ ସୁନ୍ଦର ଦେଖାଯାଉଥିବାବେଳେ ବିକି ମଧ୍ୟ ବର ବେଶରେ ଭଲ ଦେଖାଯାଉଛନ୍ତି।
Powered by Froala Editor