ସଂଗ୍ରହ ହେବ ରବିଧାନ

ଭୁବନେଶ୍ୱର: ଚଳିତ ବର୍ଷ ମେ’ପ୍ରଥମ ସପ୍ତାହରୁ ରାଜ୍ୟରେ ୧୭ଟି ଜିଲ୍ଲାରେ ରବିଧାନ ସଂଗ୍ରହ କରାଯିବ । ଉନ୍ନତ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ରବିଧାନ ସଂଗ୍ରହକୁ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଅଧିକରୁ ଅଧିକ କ୍ଷୁଦ ଓ ନାମମାତ୍ର ଚାଷୀଙ୍କ ଠାରୁ କିପରି ଅଧିକ ଧାନ ସଂଗ୍ରହ କରାଯାଇପାରିବ ତାକୁ ପ୍ରାଧାନ୍ୟ ଦିଆଯାଇଛି । ସେହିପରି ଧାନ ବିକ୍ରୟକେନ୍ଦ୍ର (ମଣ୍ଡି)କୁ ପ୍ରଥମେ ଧାନ ନେଇ ଆସିଥିବା ପଞ୍ଜିକୃତ ଚାଷୀଙ୍କ ଠାରୁ ପ୍ରଥମେ ଧାନ କିଣିବା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ମର୍ମରେ ରବିଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି ହୋଇଛି । ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କ୍ରୟ ନିମନ୍ତେ ୭ ଦିନ ପୂର୍ବରୁ ଦୂରଭାଷ ଯନ୍ତ୍ରରେ ବାର୍ତ୍ତା ପଠାଯିବ । ୭୦ ପ୍ରତିଶତ ବାର୍ତ୍ତା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରେରଣ କରାଯିବ । ଏହି ବାର୍ତ୍ତା ୧୫ ଦିନ ପର୍ଯ୍ରନ୍ତ ବୈଧ ରହିବ । ମାର୍ଗଦର୍ଶିକା କଡାକଡ଼ି ଭାବେ ଅନୁପାଳନ କରି ରବିଧାନ ସଂଗ୍ରହ କରିବାକୁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor