କଲେଜ ହଷ୍ଟେଲରେ ଅପମିଶ୍ରିତ ପାଣି ପିଇ ୧୮ ଛାତ୍ର ଅସୁସ୍ଥ
ବରଗଡ଼: ସ୍ଥାନୀୟ କମଙ୍ଗା କଲେଜ ହଷ୍ଟେଲରେ ଅପମିଶ୍ରିତ ପାଣି ପିଇ ୧୮ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି । ୧୮ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ଛାତ୍ରଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ବୋତଲପାଣିରେ କେହି କିଛି ଅପମିଶ୍ରଣ କରାଯାଇଥିବା ନେଇ ଛାତ୍ର ମାନେ ସନ୍ଦେହ କରୁଛନ୍ତି । ତେବେ ସମସ୍ତ ଛାତ୍ରମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ସମସ୍ତଙ୍କୁ ତୁରନ୍ତ ଚିକିତ୍ସାଳୟରେ ଭର୍ତି କରାଯାଇଥିଲାବେଳେ ଏବେ ସମସ୍ତ ଛାତ୍ର ସୁସ୍ଥ ଅଛନ୍ତି ।
Powered by Froala Editor