ଦିଲ୍ଲୀରେ ବଢ଼ିପାରେ ଲକଡାଉନ୍

ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବେକାବୁ ହୋଇପଡିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଏପ୍ରିଲ ୨୬ ତାରିଖ, ସୋମବାର ଯାଏଁ ଲକଡାଉନ ଘୋଷଣା କରିଥିଲେ। ତଥାପି ଦିଲ୍ଲୀରେ ସଂକ୍ରମଣ କମିବାର ନାଁ ନେଇନାହିଁ ଯାହା ସରକାର, ପ୍ରଶାସନ ଜନତାଙ୍କ ଚିନ୍ତା ବଢ଼ାଇଛି। ଅଭୂତପୂର୍ବ ବେଗରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଚାପ ପଡୁଥିବାରୁ ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ‘ଲକ୍ଡାଉନ୍’ ବଢ଼ାଇ ଦିଆଯାଇ ପାରେ ବୋଲି କେତେକସୂତ୍ରରୁ ଶୁଣାଯାଉଛି। ଏ ସଂକ୍ରାନ୍ତରେ ଆଜି ‘ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ ଆଦେଶନାମା ଜାରି କରିପାରେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ କରୋନା ପ୍ରକୋପ ଜାରି ରହିଛି। ଲକଡାଉନ ସମୟରେ ପଜିଟିଭ ହାର ପାଖାପାଖି ୩୬-୩୭ ପ୍ରତିଶତ ଯାଏଁ ପହଞ୍ଚିଛି। ଦିଲ୍ଲୀରେ ସଂକ୍ରମଣ ହାର ଏତେ ଆଗରୁ କେବେ ନଥିଲା ବୋଲି ସେ କହିଛନ୍ତି। ଗତ ଦିନେ-ଦୁଇଦିନ ମଧ୍ୟରେ ସଂକ୍ରମଣ ହାର କିଛି ମାତ୍ରରେ କମିଛି ଓ ଆଜି ୩୦ ପ୍ରତିଶତ ତଳକୁ ଖସିଛି ବୋଲି ସେ କହିଛନ୍ତି। ଏହିଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନକୁ ଆଉ ଗୋଟିଏ ସପ୍ତାହ ଲାଗି ବୃଦ୍ଧି ନେଇ ସରକାର ଚିନ୍ତା କରୁଛନ୍ତି ।
Powered by Froala Editor