ଘରେ ପ୍ରସ୍ତୁତ କରନ୍ତୁ ଅଟା-ମିଠା
ଆବଶ୍ୟକ ସାମଗ୍ରୀ- ଅଟା,ଚିନି,ଗୁଜୁରାତି ପାଉଡ଼ର,କେଶର,ଗୁଆଘିଅ,ଲେମ୍ବୁରସ,କ୍ଷୀର ।
ପ୍ରସ୍ତୁତ ପ୍ରଣାଳୀ-
ପ୍ରଥମେ ଗ୍ୟାସରେ କଡେ଼ଇ ବସେଇ ଅଟା ପକାଇ ହାଲକା ଭାଜି ରଖିବେ । ତାପରେ ପୁଣି ଗ୍ୟାସରେ କଡେ଼ଇ ବସାଇ ଗୁଆଘିଅ ପକାନ୍ତୁ । ଘିଅ ଅଳ୍ପ ଗରମ ହୋଇ ଆସିଲେ ସେଥିରେ କ୍ଷୀର,ଗୁଜୁରାତି ପାଉଡ଼ର, କେଶର ପକାଇ ଫୁଟାଇବେ । କ୍ଷୀର ଭଲଭାବେ ଫୁଟିବା ପରେ ସେଥିରେ ଭାଜି ରଖିଥିବା ଅଟା କୁ ଗୋଳାଇ ଗୋଳାଇ ଖଳି ପ୍ରସ୍ତୁତ କରିବେ । ଖଳି ଭଲଭାବରେ ପ୍ରସ୍ତୁତ ହୋଇଯିବା ପରେ ଗ୍ୟାସ ବନ୍ଦ କରି ଏହାକୁ ହାଲୁକା ଥଣ୍ଡା ହେବାକୁ ଛାଡ଼ିବେ । ତାପରେ ହାତରେ ଅଳ୍ପ ଗୁଆଘିଅ ଲଗାଇ, ପ୍ରସ୍ତୁତ ହୋଇଥିବା ଖଳି କୁ ଅଳ୍ପ ଗୋଲଗୋଲ କରି ଚାପିବେ । ତାପରେ ଗ୍ୟାସରେ ପୁଣି କଡେ଼ଇ ବସେଇ ତେଲ ପକାଇବେ, ତେଲ ଗରମ ହେବା ପରେ ସେଥିରେ ଏହାକୁ ପକାଇ ଫ୍ରାଏ କରିବେ । ଏହା ଫ୍ରାଏ ହୋଇସାରିବା ପରେ, ଏହାକୁ ନେଇ ଏକ ପାଣି ପାତ୍ରରେ ପକାଇ ରଖିବେ । ତାପରେ ଗ୍ୟାସରେ କଡେ଼ଇ ବସେଇ, ଚିନି,ପାଣି ଏବଂ ଅଳ୍ପ ଲେମ୍ବୁ ରସ ପକାଇ ଶିରା ପ୍ରସ୍ତୁତ କରିବେ । ଶିରା ପ୍ରସ୍ତୁତ ହେବା ପରେ ଗ୍ୟାସ ବନ୍ଦ କରିବେ ତାପରେ ପାଣିରେ ପକାଇଥିବା ଅଟା ମିଠାକୁ କାଢ଼ି, ଶିରାରେ ପକାଇ କିଛି ସମୟ ରଖିବେ । ତା ପରେ ପୁଣି ସେଥିରେ ଆଉ ଅଳ୍ପ ଫୁଟା କ୍ଷୀର ପକାଇବେ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଅଟାମିଠା । ଏବେ ଏହାର ମଜା ନିଅନ୍ତୁ, ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ ।
Powered by Froala Editor