ମାହାଙ୍ଗା ଡବଲ ମର୍ଡର: ପୁଲିସକୁ ଅଦଲତି ଝଟକା

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁଲିସକୁ ଅଦଲତି ଝଟକା ଲାଗିଛି । ତଳକୋର୍ଟଙ୍କ ନିଦେ୍ର୍ଧଶ ଉପରେ ଦାୟର ରିଭିଜନ ପିଟିସନକୁ ଖାରଜ କରିଦିଆଯାଇଛି । ପୁଲିସ ପକ୍ଷରୁ ଦାୟର ପିଟିସନକୁ ସାଲେପୁର ଏଡିଜେ ଖାରଜ କରିଦେଇଛନ୍ତି । ପୁଲିସ ପୁନଃତଦନ୍ତ ଓ ସିଡିଆର ଦାଖଲ ନିଦେ୍ର୍ଧଶର ରିଭିଜନ ଚାହିଁଥିଲା । ଏସପିଙ୍କ ଚିଠି ଓ ମାହାଙ୍ଗା ଆଇଆଇସିଙ୍କ ସତ୍ୟପାଠ ଜରିଆରେ ପୁଲିସ ରିଭିଜନ ଚାହିଁଥିଲା ।
ତେବେ ଆବେଦନ ଗ୍ରହଣୀୟ ନୁହେଁ କହି ଏଡିଜେ ପିଟିସନକୁ ଖାରଜ କରିଦେଇଛନ୍ତି । ପ୍ରୋଟେଷ୍ଟ ପିଟିସନ ବଳରେ ଜେଏମଏଫସି ପୁନଃ ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । ଚାର୍ଜସିଟରେ ମନ୍ତ୍ରୀଙ୍କ ନାଁ ନଥିବାରୁ ଜେଏମଏଫସି ପୁନଃ ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । ୩ ଜଣଙ୍କ କଲ ଡିଟେଲ୍ସ ରେକର୍ଡ ଦାଖଲ ପାଇଁ ବି ନିଦେ୍ର୍ଧଶ ଦେଇଥିଲେ । ଜେଏମଏଫସିଙ୍କ ଆଦେଶ ଉପରେ ପୁଲିସ ରିଭିଜନ ପିଟିସନ ଫାଇଲ କରିଥିଲା । ଏନେଇ ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି ।
Powered by Froala Editor