ମଦ୍ୟପ ସ୍ୱାମିର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀ’ର ଜୀବନ

ନବରଙ୍ଗପୁର: ପରିବାର ଅଛି ମାନେ କଳହ ଅଛି । କିନ୍ତୁ ଏହି ପାରିବାରିକ କଳହ ବେଳେବେଳେ ଏତେ ସୀମା ଟପିଯାଏ ଯେ, ଏଥିପାଇଁ ଘଟିଯାଏ ଭୟଙ୍କର କାଣ୍ଡ । ମଣିଷ ରାଗର ବଶବର୍ତ୍ତି ହୋଇ ବଡ ଭୁଲ କରିବସେ ଓ ଯେଉଁଥିପାଇଁ ତାକୁ ସାରା ଜୀବନ ପସ୍ତେଇବାକୁ ପଡିଥାଏ ।
ସ୍ୱାମିର ଟାଙ୍ଗିଆ ଚୋଟରେ ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସଦରଥାନା ଅନ୍ତର୍ଗତ ନବରଙ୍ଗପୁରରେ । ସୂଚନା ଅନୁସାରେ ପରିବାରରେ କଳହ ଲାଗିରହିଥିବାବେଳେ ଗତକାଲି ବିଳମ୍ବିତ ରାତ୍ରିରେ ସ୍ୱାମି ମଦ୍ୟପାନ କରି ଘରକୁ ଆସିଥିଲେ ଓ ରାଗରେ ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଏହାପରେ ସ୍ତ୍ରୀ’ଙ୍କ ଠାରେ ଗଭୀର ଭାବେ ଟାଙ୍ଗିଆ ଚୋଟ ଲାଗିଥିଲା ଓ ସେ ପ୍ରାଣ ହରାଇଥଇଲେ । ଏହାପରେ ପୋଲିସ୍ ଅଭିଯୁକ୍ତ ସ୍ୱାମିକୁ ଗିରଫ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ପାରିବାରିକ କଳହ ଯୋଗୁଁ ମଦ୍ୟପ ସ୍ୱାମି ଏହିଭଳି ଉନ୍ମୁକ୍ତ କାଣ୍ଡ ଘଟାଇଥିବା କୁହାଯାଉଛି ।
Powered by Froala Editor