୫ ବର୍ଷରେ ଶିକାର ହୋଇଛନ୍ତି ୮୦୨ ହାତୀ

ଭୁବନେଶ୍ବର: ୨୦୨୧ରେ ଶିକାର ହୋଇଥିବା ବନ୍ୟଜନ୍ତୁଙ୍କ ସଂଖ୍ୟା ନେଇ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପାଇଁ ବିଗତ ୫ବର୍ଷ ଯଥା ୨୦୧୬-୧୭ ଠାରୁ ୨୦୨୦-୨୧ ମଧ୍ୟରେ ରାଜ୍ୟରେ ମୋଟ ୮୦୨ ଗୋଟି ହାତୀ, ୧୦ଟି କଲରା ପତ୍ରିଆ ବାଘ, ୧୨ଟା ଭାଲୁ, ୩୩୪ ବାରହା, ୪ ହେଟା ବାଘ ଶିକାର ହୋଇଥିବା ନେଇ ଉତ୍ତରରେ ଦର୍ଶାଇଛନ୍ତି ମନ୍ତ୍ରୀ ।ସେହିପରି ୩,୨୪୮ ଜଣ ଶିକାରୀ ଗିରଫ ହୋଇଥିବା ମଧ୍ୟ ତଥ୍ୟ ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ।
Powered by Froala Editor