ସୋଆକୁ ଏପିଏସି ଏଜୁକେସନ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏପିଏସି ଏଜୁକେସନ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ୨୦୨୧ ନିମନ୍ତେ ପୂର୍ବ ଭାରତରେ ଉକ୍ରର୍ଷ ଲାଭ କରିଥିବା ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ନୂଆ ଦିଲ୍ଲୀ ସ୍ଥିତ ନରୱେ ଦୂତାବାସର ବିଜ୍ଞାନ ଓ ପ୍ରଯୁକ୍ତି କାଉନ୍ସେଲର ଶ୍ରୀ ମାନ ସିଂ ସିଦ୍ଧୁ, ଏପିଏସି ନୁ୍ୟଜ ନେଟୱର୍କର ଗ୍ରୁପ୍ ଏଡିଟର୍ ଓ କୋ-ଫାଉଣ୍ଡର ଶ୍ରୀ ସୋ÷ଭିକ୍ ଗୋସ୍ୱାମୀ ଏବଂ କୋ-ଫାଉଣ୍ଡର ତଥା ନିଦେ୍ର୍ଧଶକ ଶ୍ରୀମତି ସଂଘମିତ୍ରା ମହାନ୍ତି ଶୁକ୍ରବାର ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ଦିଲ୍ଲୀରେ ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଅଫିସର ଅନ୍ ସ୍ପେଶାଲ୍ ଡୁ୍ୟଟି ଶ୍ରୀ ପ୍ରୀତମ୍ ନାୟକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।
Powered by Froala Editor