ଏସପିଓଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

ରାଉରକେଲା: ଓଡ଼ିଶା ସୀମାବର୍ତ୍ତୀ ଝାଡ଼ଖଣ୍ଡର ସୋନୁଆ ଥାନା ଅନ୍ତର୍ଗତ କୁଦାବୁରୁ ଗ୍ରାମରେ ନକ୍ସଲମାନେ ଜଣେ ଏସପିଓଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଟୋକଲୋ ଥାନା ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ହାଇୱାକୁ ଜାଳି ଦେଇଛନ୍ତି । କୁଦାବୁରୁ ଗ୍ରାମରେ ରୁହନ୍ତି ବିଜୟ ଓରଫ ଡେମ ଚାକି (୨୮) । ସେ ଏସପିଓ ଭାବେ କାର୍ଯ୍ୟ କରନ୍ତି । ଶୁକ୍ରବାର ନକ୍ସଲମାନେ ଏହି ଗ୍ରାମକୁ ଆସି ଡେମଙ୍କୁ ଖୋଜାଖୋଜି କରି ନପାଇବା ପରେ ଫେରି ଯାଇଥିଲେ । ଏହା ପରେ ପୁଣି ଥରେ ନକ୍ସଲମାନେ ଡେମଙ୍କ ଘରକୁ ଯାଇ ତାଙ୍କୁ ପାଇ ଯିବା ପରେ ଘରଠାରୁ କିଛି ଦୂରକୁ ନେଇ ଗୁଳି କରି ହତ୍ୟା କରିଥିଲେ । ଏହି କାଣ୍ଡ ଭିଆଇବା ପରେ ନକ୍ସଲମାନେ ମୃତଦେହ ନିକଟରେ ଏକ ଲିଫଲେଟ ଛାଡ଼ି ଯାଇଛନ୍ତି । ସେହି ଲିଫଲେଟରେ ନକ୍ସଲମାନେ ଉଲ୍ଲେଖ କରିଛନ୍ତି ଯେ ବିଜୟ ଏସପିଓ ଭାବେ କାର୍ଯ୍ୟ କରିବା ସହ ନକ୍ସଲମାନଙ୍କ ସମ୍ପର୍କରେ ପୁଲିସକୁ ସମସ୍ତ ସୂଚନା ଦେଉଥିଲେ ।
Powered by Froala Editor