ମଗାଗଲା ବାତ୍ୟା କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର: ଭୟ ଦେଖାଇ ବାତ୍ୟା ଜୱାଦ ପଳାଇଛି । ଜୱାଦ ଦୁର୍ବଳ ହୋଇ ଓଡ଼ିଶାରୁ ପଳାଇ ପଶ୍ଚିମବଙ୍ଗ ମୁହାଁ ହୋଇଛି । ଓଡ଼ିଶାର ସ୍ଥଳଭାଗକୁ ନଆସି ବାତ୍ୟା ପଳାଇବାରୁ ବଡ଼ ଧରଣର କ୍ଷୟକ୍ଷତିରୁ ଓଡ଼ିଶା ବଞ୍ଚିଯାଇଛି । ତେବେ ଜୱାଦ ପ୍ରଭାବରେ ହୋଇଥିବା ପ୍ରବଳରୁ ଅତିପ୍ରବଳ ବର୍ଷା ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ବିଲରେ ଅଣ୍ଟାଏ ଲେଖାଏଁ ପାଣି ଜମି ରହିଛି । ଆଉ ତା ଭିତରେ ଧାନ କେଣ୍ଡା ବୁଡ଼ି ରହିଛି । ଅନ୍ୟ ଫସଲ ମଧ୍ୟ ନଷ୍ଟ ହୋଇଛି । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ । ବର୍ଷକର ଦାନା ନଷ୍ଟ କରିଦେଇଛି ବର୍ଷା ।
ଏହାରି ଭିତରେ ଜିଲ୍ଲାପାଳମାନଙ୍କୁ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ରାଜସ୍ୱ ଓ ବିପର୍ଯଞ ପରିଚାଳନା ବିଭାଗ ପକ୍ଷରୁ ଏହି ରିପୋର୍ଟ ମଗାଯାଇଛି । ଖୁବଶୀଘ୍ର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ବାତ୍ୟା କ୍ଷୟକ୍ଷତି ରିପୋର୍ଟ ମଗାଯିବା ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି । ରିଲିଫ କୋଡ ଅନୁଯାୟୀ ଚାଷୀଙ୍କୁ ସହାୟତା ମିଳିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
Powered by Froala Editor