ଦିଲ୍ଲୀରେ ଓମିକ୍ରନ ବିପଦ

ନୂଆଦିଲ୍ଲୀ: ବିଶ୍ବବାସୀଙ୍କ ଚିନ୍ତା ବଢାଇଲାଣି କୋରୋନାର ନୂଆ ଭୂତାଣୁ ଓମିକ୍ରନ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜୁରାଟ ଓ କର୍ଣ୍ଣାଟକ ପରେ ଏବେ ଦିଲ୍ଲୀରେ ଓମିକ୍ରନ ବିପଦ । ୧୫ ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଅଧିକାରୀଙ୍କ ସୂଚନାଅନୁସାରେ ୧୫ ସନ୍ଦିଗ୍ଧ ରୋଗୀ ଡାକ୍ତରାଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣ କୋରୋନା ପଜିଟିଭ ଅଛନ୍ତି । ବାକି ୬ ଜଣଙ୍କ ଗଳାରେ ସମସ୍ୟା ଓ ଜ୍ବର ଥିବା ଲକ୍ଷଣ ଦେଖିବାକୁ ମିଳିଛି । ସମସ୍ତଙ୍କୁ ଦିଲ୍ଲୀ ସରକାରୀ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ସପ୍ତାହରେ ଏହି ଡାକ୍ତଖାନାକୁ ଓମିକ୍ରନ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସରକାର ରିର୍ଜଭ କରିଥିଲେ । ଶୁକ୍ରବାର ସୁଦ୍ଧା ସନ୍ଦିଗ୍ଧଙ୍କ ସଂଖ୍ୟା ୧୨ ଥିବାବେଳେ ଆଜି ୧୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ତିନିଜଣ ୟୁକେରୁ ଫେରିଥିବା କହିଛନ୍ତି ଡାକ୍ତର ସୁରେଶ କୁମାର ।କେନ୍ଦ୍ର ସରକାର ୟୁକେ , ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଚୀନ, ନ୍ୟୁଜିଲାଣ୍ଡ, ଜିମ୍ବାୱେ ଓ ସିଙ୍ଗାପୁରକୁ ହାଇ ରିସ୍କ ଦେଶ ଭାବରେ ତାଲିକାଭୁକ୍ତ କରିଛନ୍ତି । ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ଜରୁରୀ । ପରୀକ୍ଷା ରିପୋର୍ଟ ଆସିଲେ ପରେ ହିଁ ଏମାନେ ଏୟାରପୋର୍ଟ ବାହାରକୁ ବାହାରିବାକୁ ଅନୁମତି ଦିଆଯିବ । ଭାରତରେ ଏଯାବତ ୪ ଜଣ ଓମିକ୍ରନ ଭାରିଏଣ୍ଟ ମାମଲା ଚିହ୍ନଟ ହୋଇଛି । କର୍ଣ୍ଣାଟକରୁ ୨, ମହାରାଷ୍ଟ୍ର ଓ ଗୁଜୁରାଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
Powered by Froala Editor