ପୁରୀରେ ବର୍ଷାର ପ୍ରକୋପ ଜାରି
ପୁରୀ: ବାତ୍ୟା ଜଓ୍ବାଦ ପ୍ରଭାବରେ ଗତକାଲି ରାତିରୁ ଆଜି ସକାଳ ପର୍ୟ୍ୟନ୍ତ ବର୍ଷାର ପ୍ରକୋପ ଜାରି ରହିଛି। ଫଳରେ ପର୍ୟ୍ୟଟନ ସହର ପୁରୀ ଏବେ ଖାଁ ଖାଁ ହୋଇପଡିଛି। ବଡ଼ ଦାଣ୍ଡ , ସି ବିଚ ସମେତ ଶ୍ରୀମନ୍ଦିର ନିକଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିନାହିଁ । ସେପଟେ ମହାପ୍ରଭୁଙ୍କ ନୀତିକାନ୍ତି ସୁଚାରୁ ରୂପେ ଚାଲିଛି। ବାତ୍ୟା ଓ ବର୍ଷାକୁ ନେଇ ଯେଭଳି ମହାପ୍ରଭୁଙ୍କ ନୀତି କାନ୍ତି ରେ କୌଣସି ବାଧା ନଉପୁଜେ ସେ ନେଇ ସମସ୍ତ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିରରେ ବିଦ୍ୟୁତ ନିରବଛିନ୍ନ ରହିବା ପାଇଁ ଡିଜି ସେଟ ବ୍ୟବସ୍ଥା ହୋଇଛି।
ବାତ୍ୟା ଜଓ୍ବାଦ ଦୁର୍ବଳ ହେବା ପରେ ପୁରୀବାସୀ ଆଶ୍ବସ୍ତ ହୋଇଛନ୍ତି। ତେବେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଲୋକ ମାନେ ଘରୁ ନ ବାହାରିବାକୁ କୁହାଯାଇଛି। ସେହିପରି ପୁରୀ ସହରରେ ଜଳବନ୍ଦୀ ସମସ୍ୟା ଯେଭଳି ନ ଉପୁଜେ ସେ ନେଇ ମୋଟର ପମ୍ପର ବ୍ୟବସ୍ଥା ହୋଇଛି । ତେବେ ବାତ୍ୟା ବିପଦ ଟଳି ଥିଲେ ମଧ୍ୟ ୭୦ କିମି ବେଗରେ ପବନ ଆଶଙ୍କା ଥିବାରୁ ଓ ଅତି ବର୍ଷା ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି ।
Powered by Froala Editor