ଓଏଏସସ୍ତରରେ ଅଦଳବଦଳ, କେଉଁ ତହସିଲରେ କେଉଁ ତହସିଲଦାର ଜାଣନ୍ତୁ?

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ପ୍ରାଶସନିକ ସେବା (ଓଏଏସ) ସ୍ତରରେ ଅଦଳବଦଳ କରିଛନ୍ତି । ୩୪ ଜଣ ଓଏଏସଙ୍କ ବଦଳି ହୋଇଥିଲା ବେଳେ ୨୭ ତହସିଲଦରେ ତହସିଲଦାରଙ୍କୁ ମଧ୍ୟ ଅଦଳବଦଳ କରାଯାଇଛି । ରାଜସ୍ୱ ବିଭାଗ ବିଜ୍ଞପ୍ତି ଅନୁସାରେ ବାରକୋଟ ତହସିଲଦାର ଭାବେ ରୁବି ବେହେରା ନିଯୁକ୍ତି ପାଇଛନ୍ତି । ସେହିଭଳି ବରସିଅସ ଡୁଙ୍ଗଡୁଙ୍ଗ-ରେଢ଼ାଖୋଲ ସଂକଳ୍ପ ସ୍ୱସ୍ତିକ ସାହୁ-ବାରଙ୍ଗ, ରଞ୍ଜନ କୁମାର ପରିଡା-ଗୋପବନ୍ଧୁନଗର, ବିଜ୍ଞାନ କୁମ୍ଭାର-ବୀରମହାରାଜପୁର, କଲ୍ୟାଣସଂଘମିତ୍ରା ହେବା-କୁକୁଡ଼ା ଖଣ୍ଡି, ଈଶ୍ୱର ଚନ୍ଦ୍ର ସାହୁ ମୋହନା, ଦ୍ୱିଲ୍ଲୀପ କୁମାର ନାୟକ-ପୋଲସରା ତହସିଲଦାର ଭାବେ ବଦଳି ହୋଇଛନ୍ତି । ଜନ୍ମେଜୟ ସାହୁ-ଜି ଉଦୟଗିରି, ଅଭିଷେକ ଦାଶ-କୁଲିଅଣା, ଏନ ଜଗଜ୍ଜୀବନ ଚୌଧୂରୀ ନାରାୟଣପାଟଣା, ଦୀପକ କୁମାର ରାଉତ-ତିରିଙ୍ଗ, ଲଲାଟେନ୍ଦୁ ଏସଆଇ ବାଙ୍ଗିରିପୋଷି, ଜଗବନ୍ଧୁ ମଲ୍ଲିକ-ବିଜାତାଳ, ଚିତ୍ତରଞ୍ଜନ ମହାନ୍ତି-ଜାମଦା, ଚୌଧୁରୀ ପ୍ରଜ୍ଞନ୍ନ ଦାସ-ଏରସମା, ଜ୍ୟୋତିର୍ମୟ କର-କେସିଙ୍ଗା, ରବୀନ୍ଦ୍ର କୁମାର ସେଠୀ କୁତ୍ରା, ସରୋଜ କୁମାର ପୁଷେଠ-ବାରଗାଁ, ସଂଗ୍ରାମ କେଶରୀ ଜେନା-ବୁଗୁଡ଼ା, ଶିବ ପ୍ରସାଦ ପଟ୍ଟନାୟକ-କୋଡ଼ିଙ୍ଗା, ବିନୋଦ ବିହାରୀ ବେହେରା-ମାନେଶ୍ୱର, ସାରିକାରାଣୀ ଧମେଇ-ଲେଫି୍ରପଡ଼ା ତହସିଲଦାର ଭାବେ ନୂଆ ନିଯୁକ୍ତି ପାଇଛନ୍ତି । ସେହିପରି ଶଶାଙ୍କ ପାତ୍ର-ବାଲିଗୁଡ଼ା, ପ୍ରୀତମ କୁମାର ତନ୍ତୀ-ଲୋଇସିଂହା, ଯୋଗେଶ୍ୱର ଭୋଇ-ପାପଡ଼ାହାଣ୍ଡି, ପୁଷ୍ପକ କୁମାର ପ୍ରଧାନ-ସୁନ୍ଦରଗଡ଼, ଆନନ୍ଦ କୁମାର ପଣ୍ଡା-ଗାଇସିଲଟ ତହସିଲରା ତହସିଲଦାର ଭାବେ ନିଯୁକ୍ତି ପାଇଛନ୍ତି ।
Powered by Froala Editor