ପୁରୀ ଠାରୁ ୧୮୦ କିମି ଦୂରରେ

ଭୁବନେଶ୍ୱର: ପୁରୀ ଠାରୁ ୧୮୦ କିମି ଦୂରରେ ବାତ୍ୟା ଜୱାଦ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଗୋପାଳପୁର ଠାରୁ ୧୩୦ କିମି ଓ ପାରାଦୀପ ଠାରୁ ୨୭୦ କିମି ଦୂରରେ ଜୱାଦ ରହିଛି । ଗତ ୬ଘଣ୍ଟା ଧରି ଘଣ୍ଟାପ୍ରତି ୧୫ କିମି ବେଗରେ ଏହା ଗତି କରୁଛି । ଆହୁରି ଦୁର୍ବଳ ହୋଇ ଜୱାଦ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରୁଛି । ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଜୱାଦ ।
ଅବପାତରେ ପରିଣତ ହୋଇ ମଧ୍ୟାହ୍ନରେ ପୁରୀ ପାଖାପାଖି ପହଞ୍ଚିବ । ପରେ ଜୱାଦ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ୧୨ ଘଣ୍ଟାରେ ଦୁର୍ବଳ ହୋଇ ୱେଲ ମାର୍କଡ ଲୋ’ ପ୍ରେସର ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ । ପବନର ବେଗ ସର୍ବାଧିକ ୬୦ କିମି ଯାଏ ପହଞ୍ଚିବ । ବାତ୍ୟା ବିପଦ ଟଳିଥିଲେ ମଧ୍ୟ ବର୍ଷା ବିପଦ ଟଳିନି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।
Powered by Froala Editor