ଉତ୍ତର-ଉତ୍ତର ପୂର୍ବ ଦିଗମୁହାଁ ବାତ୍ୟା ଜୱାଦ, ପ୍ରବଳ ବର୍ଷିବ

ଭୁବନେଶ୍ବର: ଉତ୍ତର-ଉତ୍ତର ପୂର୍ବ ଦିଗମୁହାଁ ହୋଇଛି ବାତ୍ୟା ଜୱାଦ । ଶନିବାର ଗଭୀର ଅବପାତରେ ପରିଣତ ହୋଇସାରିଥିବା ବେଳେ ଆଜି ତାହା ଅବପାତର ରୂପ ନେବ । ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ । ପବନର ବେଗ ସର୍ବାଧିକ ୬୦ କିମି ଯାଏ ପହଞ୍ଚିବ । ବାତ୍ୟା ବିପଦ ଟଳିଥିଲେ ମଧ୍ୟ ବର୍ଷା ବିପଦ ଟଳିନି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।
ଅବପାତରେ ପରିଣତ ହେବା ପରେ ଆଜି ମଧ୍ୟାହ୍ନରେ ପୁରୀରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ପୁରୀଠାରୁ ୨୭୦କିମି ଦୂରରେ ରହିଛି ଜୱାଦ । ବାତ୍ୟା କ୍ରମଶଃ ଦୁର୍ବଳ ହୋଇଛି । ବର୍ତ୍ତମାନ ଗଭୀର ଅବପାତ ଭାବରେ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଗତି କରୁଛି ଜୱାଦ । ବିଶାଖପାଟନମ ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ୧୮୦ କିଲୋମିଟର ଦୂରରେ ରହିଛି । ଗୋପାଳପୁର ଠାରୁ ଦକ୍ଷିଣ ଦିଗରେ ୨୦୦ କିଲୋମିଟର ଏବଂ ପୁରୀ ଠାରୁ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ୨୭୦ କିଲୋମିଟର ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୨୭୦ କିଲୋମିଟର ଦୂରରେ ରହିଛି । ବର୍ତ୍ତମାନ ଗଭୀର ଅବପାତରେ ରହିଛି । ଆଉ କିଛି ସମୟ ମଧ୍ୟରେ ଡିପ୍ରେସନରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି ।ଅପରାହ୍ନ ସୁଦ୍ଧା ଏକ ଉଏଲ ମାର୍କଡ଼ ଲୋ ପ୍ରେସରରେ ପରିଣତ ହୋଇ ପଶ୍ଚିମ ବଙ୍ଗ ଆଡକୁ ଗତି କରିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି ।
Powered by Froala Editor