କେଉଁ ମାନଙ୍କୁ ଫୁଲକୋବି ଖାଇବା ମନା ଜାଣନ୍ତୁ
ଭୁବନେଶ୍ୱର: ଶୀତଦିନରେ ସବୁଜ ପନିପରିବା ଭିତରେ ସମସ୍ତେ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି । ଏହି ଦିନରେ ଫୁଲକୋବିର ପକୋଡ଼ା ଠାରୁ ଆରମ୍ଭ କରି କୋବି ଭଜା କୋବି ତରକାରୀ ଆହୁରି କେତେ ରକମର ସୁସ୍ୱାଦୁ ବ୍ୟଞ୍ଜନ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । କିନ୍ତୁ କିଛି ଶାରୀରିକ ଅସୁସ୍ଥତା କ୍ଷେତ୍ରରେ ଏହାକୁ ଖାଇବା କ୍ଷତିକାରକ ହୋଇପାରେ । କାରଣ ଫୁଲକୋବି ନିର୍ଦ୍ଧିଷ୍ଟ କିଛି ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ବହୁତ ବିପଦଜ୍ଜନକ ହୋଇଥାଏ ।
ଫୁଲକୋବିରେ କ୍ୟାଲସିୟମ,ଫସଫରସ,ପ୍ରୋଟିନ, କାର୍ବୋହାଇଡେ଼୍ରଟ୍ ଓ ଆଇରନ ର ମାତ୍ରା ରହିଥାଏ । ଏଥିସହ ଫୁଲକୋବିରେ ଭିଟାମିନ ବି,ସି ଓ ପୋଟାସିୟମର ମାତ୍ରା ମଧ୍ୟ ରହିଛି । ତେଣୁ ଏହାକୁ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ,କିନ୍ତୁ କିଛି ଶାରୀରିକ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା ବିପଦଜ୍ଜନକ ହୋଇପାରେ ।
ଆସନ୍ତୁ ଜାଣିବା କେଉଁ ସମସ୍ୟା ଥିଲେ ଏହାକୁ ଖାଇବା ଉଚିତ ନୁହେଁ:
ଥାଇରଏଡ଼୍: ଆଜିକାଲି ଥାଇରଏଡ଼୍ ସମସ୍ୟା ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଛି । ଚିକିସôା ବିଜ୍ଞାନୀଙ୍କ କହିବା ମୁତାବକ, ଥାଇରଏଡ଼ ସମସ୍ୟା ଭୋଗୁଥିବା ବ୍ୟକ୍ତି ଏହାକୁ ଖାଇଲେ ଟି-୩ ଓ ଟି-୪ ହରମୋନର ମାତ୍ରା ବଢ଼ିଯାଏ । ଯାହା ଫଳରେ ଥାଇରଏଡ଼୍ ସମସ୍ୟା ଗୁରୁତର ହୋଇଯାଏ ।
ପଥୁରୀ ରୋଗ: ଗଲବ୍ଲାଡ଼ର କିମ୍ବା କିଡ଼ନୀରେ ପଥୁରୀ ରୋଗ ବା ଷ୍ଟୋନ ସମସ୍ୟା ଥିଲେ ଫୁଲ କୋବି ଖାଆନ୍ତୁ ନାହିଁ । କାରଣ ଏଥିରେ ଥିବା କ୍ୟାଲସିୟମ୍ ଏମାନଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହା ବ୍ୟତିତ ଯଦି ଆପଣଙ୍କ ଠାରେ ୟୁରିକ୍ ଏସିଡ଼୍ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ରହୁଛି ତେବେ ଫୁଲକୋବି ଖାଇଲେ ଆପଣଙ୍କ ସମସ୍ୟା ବଢ଼ିପାରେ ।
ରକ୍ତ ଘନତା ସମସ୍ୟା: କିଛି ବ୍ୟକ୍ତିଙ୍କଠାରେ ରକ୍ତ ଗାଢ଼ ହୋଇଯିବା ପରି ସମସ୍ୟା ଦେଖାଦିଏ । ଯେହେତୁ ଫୁଲକୋବିରେ ଅଧିକ ମାତ୍ରାରେ ପୋଟାସିୟମ ରହିଥାଏ ତେଣୁ ଏହାକୁ ରକ୍ତ ଘନତା ସମସ୍ୟା ଭୋଗୁଥିବା ବ୍ୟକ୍ତି ଆଦୌ ଖାଆନ୍ତୁ ନାହିଁ ।
ଗ୍ୟାସ ସମସ୍ୟା: ଏହା ବ୍ୟତୀତ ଗ୍ୟାସ ସମସ୍ୟା ଭୋଗୁଥିବା ବ୍ୟକ୍ତି ଏହାକୁ ନିଜ ଖାଦ୍ୟ ସାରଣୀରୁ ଦୂରେଇ ରଖିବା ଉଚିତ । କାରଣ ଫୁଲକୋବିରେ ରେଫିନୋଜ ରହିଛି,ଯାହା ଏକ ପ୍ରକାର କାର୍ବୋହାଇଡେ଼୍ରଟ ଥାଏ ଯାହା ଗ୍ୟାସ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରେ । କହିବାକୁ ଗଲେ ପେଟ ସମସ୍ୟା ଭୋଗୁଥିବା ଲୋକ ଏଥିରୁ ଦୂରେଇ ରହିବା ଭଲ ।
Powered by Froala Editor