୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ:ଏସଆରସି

ଭୁବନେଶ୍ୱର: ବାତ୍ୟା ପ୍ରଭାବ ସରିବା କ୍ଷଣି ଫସଲ କ୍ଷତି ନେଇ ଆକଳନ କରାଯିବ । ବିଶେଷ କରି ଫସଲ ଅମଳ ସମୟ ଥିବାରୁ ତୁରନ୍ତ କ୍ଷତି ଆକଳନ ହେବ । ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।
ଏହାଛଡ଼ା ସେ ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା
- ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଞ୍ଚିବ ଜୱାଦ
- ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟାର ତୀବ୍ରତା କମିବା ନେଇ ଆକଳନ
- ପୁରୀ ଛୁଇଁବା ବେଳକୁ ପବନ ବେଗ ୬୦/୭୦ କିମି ରହିପାରେ
- ଆଜି ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ
-ପବନ ବେଗ କମିବା ଆକଳନ ଥିବାରୁ ଭିତ୍ତିଭୂମି କ୍ଷତି ହେବା ଆଶଙ୍କା କମ
- ତେବେ ପ୍ରବଳ ବର୍ଷା ଯୋଗୁଁ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ
-ଧାନ ଓ ପନପରିବା ଚାଷ ବିଶେଷଭାବେ କ୍ଷତିଗ୍ରସ୍ତ ହେବ
-କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟା ପ୍ରଭାବ ହଟିଯିବା ସମ୍ଭାବନା ରହିଛି
-ପବନର ବେଗ କମିଥିବାରୁ ସ୍ଥାନାନ୍ତରଣ କରାଯିବା ଦରକାର ହେବନି
- ମାତ୍ର ଦେଢ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି
- ମାତ୍ର ଦେଢ ଫୁଟ ବା ୨ ଫୁଟ ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଆସିପାରେ
-ଆଜି ଯାହା ଜୁଆର ରହିଛି, କାଲି ଅଧ ମିଟର ଉଚ୍ଚକୁ ବଢିବ
-ପ୍ରଭାବିତ ଜିଲ୍ଲାରେ ୩ଶହ ଗର୍ଭବତୀଙ୍କୁ ହସ୍ପିଟାଲ ନିଆଯାଇଛି
-ପବନ କମିଲେ ବି ବର୍ଷା ହେବ, ପବନରେ ଛୋଟ ଛୋଟ ଗଛ ଭାଙ୍ଗିପାରେ
- ବର୍ଷା, ପବନ ବେଳେ ବାହାରକୁ ନବାହାରିବାକୁ ପରାମର୍ଶ
Powered by Froala Editor