ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜୱାଦ,ଆଏମଡି ଡିଜିଙ୍କ ତାଜା ଅପଡେଟ ଜାଣନ୍ତୁ

ଭୁବନେଶ୍ୱର: ବାତ୍ୟା ଜୱାଦ ଧୀରେ ଧୀରେ ଦୁର୍ବଳ ହେଉଥିବାବେଳେ ଆଜି ରାତିରେ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି । ଏନେଇ ଆଏମଡି ଡିଜି ମୃତୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଆଜି ସକାଳୁ ଜୱାଦ ମୋଡ଼ ନେଇ ଉତ୍ତର ଦିଗକୁ ଗତି କରୁଛି । ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ । ଗତି ପରିବର୍ତ୍ତନ କରି ଓଡ଼ିଶା ଉପକୂଳ ମୁହାଁ ହେବ । ଗତି ପରିବର୍ତ୍ତନ ସହ କ୍ରମଶଃ ଦୁର୍ବଳ ହେବ ବାତ୍ୟା । କାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଞ୍ଚିବ । ସର୍ବାଧିକ ୭୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଥିବା ଆଏମଡି ଡିଜି ମୃତୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜୱାଦ । ଆଗାମୀ ୧୨ ଘଣ୍ଟା ଯାଏଁ ଉତ୍ତର ଦିଗକୁ ଗତି କରିବ ବାତ୍ୟା ଜୱାଦ । ଆସନ୍ତାକାଲି ପୁରୀ ଛୁଇଁବା ବେଳକୁ ଜୱାଦ ଦୁର୍ବଳ ହୋଇଯିବ । ପୁରୀ ଉପକୂଳରେ ଛୁଇଁବା ବେଳକୁ ଗଭୀର ଅବପାତରେ ପରିଣତ ହେବ । ଗଭୀର ଅବପାତ ବେଳେ ପନବର ବେଗ ସର୍ବାଧିକ ୭୦ କିମି ରହିବ । ଫଳରେ ବାତ୍ୟାର ପ୍ରଭାବ ଯେମିତି ପଡ଼ିବା କଥା ସେମିତି ନପଡ଼ିପାରେ । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ।
ବାତ୍ୟା ଜଓ୍ବାଦ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ବର୍ଷା । ସେହିପରି ଆଜି ୪ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ନେଇ ରେର୍ଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର । ଏବି ସବୁ ଜିଲ୍ଲାରେ ପବନର ବେଗ ମଧ୍ୟ ସର୍ବାଧିକ ରହିବ । ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଅଧିକ ପ୍ରଭାବିତ ହେବାକୁ ଥିବା ବେଳେ ଏହି ସ୍ଥାନରେ ୭୫ ରୁ ୮୫ ରହିବା ନେଇ ଅନୁମାନ କରାଯାଉଛି । ୨ ରୁ ୩ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଥିବା ନେଇ ପାଣପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି ।ଏହା ଓଡିଶା ଉପକୂଳ ଦେଇ ଗତି କରିବାର ସମ୍ଭାବନା ଥିବାରୁ ସମୁଦ୍ରରେ ଜୁଆର ଉଚ୍ଚତା ୨ରୁ ୪ମିଟର ରହିବ । ଏହାର ସର୍ବାଧିକ ପ୍ରଭାବ କେନ୍ଦ୍ରପଡା ଟିକାୟତ ନଗର ପାଖାପାଖି ୨.୬ ମିଟର ପ୍ରଯ୍ୟନ୍ତ ସ୍ଥଳଭାଗକୁ ସମୁଦ୍ର ମାଡି ଆସିବାର ସମ୍ଭାବନା ରହିଛି । ଜଗତସିଂହପୁର ଓ ଭଦ୍ରକର ମହଣପୁରରେ ୧.୫ କିଲୋମିଟର ପର୍ୟ୍ୟନ୍ତ ସମୁଦ୍ର ସ୍ଥଳଭାଗକୁ ମାଡିଆସିବାରେ ସମ୍ଭାବନା ରହିଛି । ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ବିପଦ ସଙ୍କେତ ୭ ଓ ପାରାଦୀପ, ଧାମରା ପାଇଁ ବିପଦ ସଙ୍କେତ ୪ ଜାରି କରାଯାଇଛି । ବାତ୍ୟାର ପ୍ରଭାବରେ ଗଛ ଉପୁଡିବାର ସମ୍ଭାବନା ରହିଛି ।
Powered by Froala Editor