ପାରାଦୀପ ଠାରୁ ୫୧୦ କିଲୋମିଟର ଦୂରରେ ଜଓ୍ବାଦ

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା ଜଓ୍ବାଦ । ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି । ଏବେ ସମୁଦ୍ର ଭିତରେ ଏହାର ବେଗ ଘଣ୍ଟା ପ୍ରତି ୬ କିମି ରହିଛି । ଏହା ବିଶାଖାପାଟଣାଠାରୁ ୨୫୦ କିମି ଦୂରରେ ଥିବା ବେଳେ ଗୋପାଳପୁର ଠାରୁ ୩୬୦ କିମି ଦୂରରେ, ପାରାଦୀପ ଠାରୁ ୫୧୦ ଓ ପୁରୀ ଠାରୁ ୪୩୦ କିଲୋମିଟର ଦୂରରେ ରହିଛି। ଏହାର ଗତି ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଥିବା ବେଳେ ଏଥିପାଇଁ ମୋଟ ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।
ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଗତ ୧୨ ଘଣ୍ଟା ମଧ୍ୟରେ ପାରାଦୀପରେ ସର୍ବାଧିକ ୬୨ ମିଲି ମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀ ରେ ୪୦ ମିଲି ମିଟର ଓ ଭୁବନେଶ୍ବର ରେ ୧୦ ମିଲି ମିଟର ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ବାତ୍ୟା ଯେତେ ପାଖକୁ ଆସିବ ସେହି ଅନୁସାରେ ବର୍ଷାର ପରିମାଣ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ବିଶେଷ କରି ସନ୍ଧ୍ୟା ସୁଦ୍ଧା ପୁରୀ, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ପବନର ବେଗ ବଢ଼ିବା ନେଇ ଅନୁମାନ କରାଯାଉଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ ରୁ ୯୫ ପର୍ୟ୍ୟନ୍ତ ରହିବା ନେଇ ସୂଚନା ମିଳିଛି ।
Powered by Froala Editor