ଦୂରନ୍ତ ଏକ୍ସପ୍ରେସ ଲାଇନଚୁ୍ୟତ

ଯାଜପୁର: ସମ୍ଭାବ୍ୟ ବାତ୍ୟା ନେଇ ବହୁ ଟ୍ରେନ ବାତିଲ କରାଯାଇଥିବାବେଳେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଯଶୋବନ୍ତପୁର-ହାୱଡ଼ା ଦୂରନ୍ତ ଏକ୍ସପ୍ରେସ ଲାଇନଚୁ୍ୟତ ହୋଇଛି । ହରିଦାସପୁର ଷ୍ଟେସନ ନିକଟରେ ଦୂରନ୍ତ ଏକ୍ସପ୍ରେସ ଲାଇନଚୁ୍ୟତ ହୋଇଛି ।
ଟ୍ରେନର ଜେନେରେଟର ବଗି ରେଳଧାରଣାରୁ ବାହାରି ଯାଇଥିବା ଜଣାଯାଇଛି । ଟ୍ରେନର ଆଉ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଲାଇନଚୁ୍ୟତ ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
Powered by Froala Editor