୨ ଦିନ ପାଇଁ ଶିମିଳିପାଳ ବନ୍ଦ
ବାରିପଦା: ପ୍ରାକୃତିକ ସୌନ୍ଦର୍ୟ୍ୟରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ୨ ଦିନ ପାଇଁ ବନ୍ଦ ରହିବ । ସମ୍ଭାବ୍ୟ ବାତ୍ୟା ଜାୱଦକୁ ନଜରରେ ରଖି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ପର୍ୟ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ଜାତୀୟ ଉଦ୍ୟାନକୁ ଆସନ୍ତାକାଲିଠାରୁ ୫ ତାରିଖ ଯାଏଁ ବନ୍ଦ ଘୋଷଣା କରାଯାଇଛି ।
ପାହାଡିଆ ରାସ୍ତାରେ ବର୍ଷା ହେଲେ ଯାତାୟତ ସମ୍ଭବପର ନଥିବାରୁ ପର୍ୟ୍ୟଟକଙ୍କ ପାଇଁ ଦୁଇଦିନ ଲାଗି ବନ୍ଦ ରହିବ ଶିମିଳିପାଳ । ଦୁଇଦିନ ପରେ ସ୍ଥିତି ଦେଖି ଶିମିଳିପାଳ ଖୋଲାଯିବ ବୋଲି କହିଛନ୍ତି ଉପନିର୍ଦେଶକ ଶିମିଳିପାଳ ନର୍ଥ ଜୋନ୍।
ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହା ଗୋପାଳପୁରଠାରୁ ୬୭୦ କିମି, ପାରଦୀପଠାରୁ ୭୬୦ କିମି ଦୂରରେ ରହିଛି । ଗତ ୬ ଘଂଟା ହେବ ଏହା ୩୨ କିଲୋମିଟର ବେଗରେ ଗତି କରୁଛି । ସ୍ଥଳଭାଗ ଛୁଇଁବା ବେଳକୁ ଘଂଟାପ୍ରତି ପବନର ବେଗ ୮୦ ରୁ ୯୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଅତିବେଶୀରେ ପବନର ବେଗ ଶହେ କିଲୋମିଟର ପର୍ଯ୍ୟନ୍ତ ବଢିପାରେ । ଏହାର ପ୍ରଭାବରେ ପାଗ ବଦଳିବା ଆରମ୍ଭ ହୋଇଛି । ଆଜି ସନ୍ଧ୍ୟା ଠାରୁ ବର୍ଷା ହେବାର ସମ୍ଭାବନା ରହିଛି ।
Powered by Froala Editor