ବିଜେଇଏମ୍ ସ୍କୁଲ-୨ରେ ଫିଟ୍ ଇଣ୍ଡିଆ ସପ୍ତାହ ଉଦ୍ଘାଟିତ
ଭୁବନେଶ୍ୱର: ଆଜି ସତ୍ୟଭାମାପୁର ସ୍ଥିତ ବକ୍ସିଜଗବନ୍ଧୁ ଇଂରାଜୀ ମଧ୍ୟମ ବିଦ୍ୟାଳୟ ପରିସରରେ ଫିଟ୍ ଇଣ୍ଡିଆ ସପ୍ତାହ ମହାଆଡମ୍ବରରେ ପାଳିତ ହୋଇଛି । ଆଜିର ଉଦ୍ଘାଟନୀ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଫିଟ୍ ଇଣ୍ଡିଆ ପତାକା ଉତ୍ତୋଳନ କରିଥିଲେ ।
ବିଦ୍ୟାଳୟର ପରିଚାଳକ ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା ଓ ଅଧ୍ୟକ୍ଷା ଶ୍ରୀମତି କ୍ଷଣିକା ଦାସ ଏହି ସଭାରେ ଯୋଗ ଦେଇ ଫିଟ୍ ଇଣ୍ଡିଆ ସପ୍ତାହର ମହତ୍ୱ ପ୍ରତିପାଦନ କରିଥିଲେ । କୋଭିଡ୍ ନିୟମାବଳୀ ଅନୁଯାୟୀ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ, କ୍ରୀଡା ଶିକ୍ଷକ, ଶିକ୍ଷୟତ୍ରୀ ଓ ଯୋଗ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ ଶାରୀରିକ ବ୍ୟାମ ପ୍ରଦର୍ଶନ, ଯୋଗାଭ୍ୟାସ ନୃତ୍ୟ, ସଙ୍ଗୀତ, କ୍ରୀଡା ପ୍ରଦର୍ଶନ ଦ୍ୱାରା ସଭାସ୍ଥଳ ପ୍ରକମ୍ପିତ ହୋଇଉଠିଥିଲା । ଚଳିତ ବର୍ଷର ଜାତୀୟ ସ୍ୱର “ଆଳାଦୀ ବା ଅମୃତ୍ ମହୋସôବ” ର ପ୍ରଭାବରେ ବିଦ୍ୟାଳୟରେ ପରିବେଶ ବେଶ୍ ସତେଜ୍ ହୋଇଉଠିଥିଲା ।
Powered by Froala Editor