ବଡ଼ ଖବର: ବିଧାନସଭାଗେଟରେ ତାଲା ପକାଇଲା କଂଗ୍ରେସ
ଭୁବନେଶ୍ୱର: ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ । ତେବେ ବିଧାନସଭା ଆରମ୍ଭ ହେବା ପୂର୍ବରୁ କଂଗ୍ରେସର ହାଇଡ୍ରାମା ଦେଖିବାକୁ ମିଳିଛି । ବିଧାନସଭା ଅଧିବେଶନ ଆରମ୍ଭରୁ ବିଧାନସଭା ଗେଟ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି ।
ମମିତା ମେହେର ହତ୍ୟା ମାଲାରେ କଂଗ୍ରେସ ଏହି ଧାରଣା ଦେଇଛି । ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି କଂଗ୍ରେସ ଏହି ଧାରଣା ଦେଇଛି । ବିଧାନସଭାର ୨ଟି ଗେଟିରେ କଂଗ୍ରେସ ସଦସ୍ୟମାନେ ତାଲା ପକାଇ ଧାରଣା ଦେଇଛନ୍ତି ।
ତେବେ ଯାହା ଆଶା କରାଯାଉଥିଲା ସେହା ହିଁ ହେଲା । ଚଳିତ ବିଧାନସଭା ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିବ ବୋଲି ଆଶା କରାଯାଉଥିଲା । ତେବେ ବିଧାନସଭାଭିତରେ ନୁହେଁ ଆରମ୍ଭରୁ ବିଧାନସଭା ବାହାରେ ତାତି ଦେଖିବାକୁ ମିଳୁଛି । ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି କରି କଂଗ୍ରେସ ସଦସ୍ୟମାନେ ବିଭିନ୍ନ ପ୍ଲା କାର୍ଡ ଧରି ବିଧାନସଭା ଗେଟ ନିକଟରେ ଧାରଣା ଦେଇଛନ୍ତି । କଂଗ୍ରେସ ବିଧାୟକ ତାରାବାହିନି ପତି କହିଛନ୍ତି ଯେ ଦିବ୍ୟଶଙ୍କର ମିଶ୍ର ଗୃହରେ ପଶିଲେ ଗୃହ ଅପବିତ୍ର ହୋଇଯିବ ।
ପବିତ୍ର ଗୃହରେ ଦିବ୍ୟଶଙ୍କର ମିଶ୍ରଙ୍କୁ ପଶିବାକୁ ଦିଆଯିବ ନାହିଁ ବୋଲି ପୂର୍ବରୁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ତେବେ ମୋଟ ୩ଟି ଗେଟ ମଧ୍ୟରୁ ଦୁଇଟି ଗେଟ ସମ୍ମୁଖରେ କଂଗ୍ରେସ ସଦସ୍ୟମାନେ ଧାରଣା ଦେଇଥିବାବେଳେ ଗୋଟିଏ ଗେଟରେ ତାଲା ପକାଯାଇଥିଲା । ପରେ ତାଲା ଭାଙ୍ଗି ବିଧାନସଭା କର୍ମଚାରୀ ଗେଟ ଖୋଲିଥିବା ଜଣାଯାଇଛି ।
Powered by Froala Editor