କରୋନା ସ୍ଥିତି ଜଟିଳ, ଦିନକରେ ୬୧୧୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୧୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫୪୬ ଜଣ କ୍ୱାରେଂଟାଇନରେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୫୭୦ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୫୧, ବାଲେଶ୍ୱରରେ ୧୦୨, ବରଗଡ଼ରେ ୨୬୨, ଭଦ୍ରକରେ ୮୭, ବଲାଙ୍ଗୀରରେ ୧୮୯, ବୌଦ୍ଧରେ ୩୨, କଟକରେ ୩୪୩, ଦେବଗଡ଼ରେ ୩୯, ଢେଙ୍କାନାଳରେ ୮, ଗଜପତିରେ ୭୮, ଗଞ୍ଜାମରେ ୧୩୪, ଜଗତସିଂହପୁରରେ ୭୩, ଯାଜପୁରରେ ୩୨୪, ଝାରସୁଗୁଡ଼ାରେ ୨୫୪, କଳାହାଣ୍ଡିରେ ୩୨୧, କନ୍ଧମାଳରେ ୩୬, କେନ୍ଦ୍ରାପଡ଼ାରେ ୪୬, କେନ୍ଦୁଝରରେ ୧୧୮, ଖୋର୍ଦ୍ଧାରେ ୮୭୫, କୋରାପୁଟରେ ୭୧, ମାଲକାନାଗିରିରେ ୩୨, ମୟୂରଭଞ୍ଜରେ ୧୫୮, ନବରଙ୍ଗପୁରରେ ୩୧୮, ନୟାଗଡ଼ରେ ୯୯, ନୂଆପଡ଼ାରେ ୪୩୦, ପୁରୀରେ ୧୮୦, ରାୟଗଡ଼ାରେ ୧୦୪, ସମ୍ବଲପୁରରେ ୨୮୦, ସୋନପୁରରେ ୮, ସୁନ୍ଦରଗଡ଼ରେ ୭୮୫ ଓ ରାଜ୍ୟ ପୁଲରେ ୧୭୯ ଜଣ ଆକ୍ରାନ୍ତ ହୋଇଛନ୍ତି ।
Powered by Froala Editor