୪୦ ଡିଗ୍ରୀ ଉପରେ ୧୨ ସହର ତାପମାତ୍ରା , ଭୁବନେଶ୍ଵର ସବୁଠୁ ଉତ୍ତପ୍ତ

ରାଜଧାନୀ ଭୁବନେଶ୍ଵର ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭୁବନେଶ୍ଵର ଶୀର୍ଷରେ ରହିଛି। ଏଥିସହ ରାଜ୍ୟର ୧୨ଟି ସହରର ପାରଦ ୪୦ ଉପରେ ରହିଛି। ୪୨ ଡିଗ୍ରୀ ସହ ବୌଦ୍ଧ ଦ୍ଵିତୀୟରେ ରହିଛି। ସେହିପରି ସୋନପୁରରେ ୪୧.୮ ଡିଗ୍ରୀ, ବାରିପଦାରେ ୪୧.୬, ଟିଟିଲାଗଡ ଓ ସମ୍ବଲପୁରରୁ ୪୧, ଝାରସୁଗୁଡା ୪୦.୫, ଅନୁଗୋଳରେ ୪୦.୩, ତାଳେଚରରେ ୪୦.୧, ଭବାନୀପାଟଣା ଓ ନୟାଗଡରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ରହିଛି।ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଶନିବାର ଏହାର ସୂଚନା ଦିଆଯାଇଛି।
ଚଳିତ ମାସ ୨୧ରେ ବାରିପଦା ସହରରେ ତାପମାତ୍ରା ୪୦ ଡିଗ୍ରୀ ରହିଥିବା ସମୟରେ ୨୨ରେ ୪.୪ ଡ଼ିଗ୍ରି ତଳକୁ ଖସି ଆସି ୩୫.୬ ଡିଗ୍ରି ରହିଥିଲା । ଏହାପରେ ୨୩ରେ ୧.୯ ଡିଗ୍ରି ବୃଦ୍ଧି ପାଇ ୩୭.୫ରେ ପହଞ୍ଚିଥିଲା । ଆଜି ପୁଣି ୪.୧ ଡିଗ୍ରି ବୃଦ୍ଧି ପାଇ ୪୧.୬ ଡିଗ୍ରୀରେ ପହଞ୍ଚିଛି । ସକାଳ ସମୟରୁ ଗରମ ଅନୁଭୁତ ହେବା ଆରମ୍ଭ କରିଥିଲା। ମଧ୍ୟାହ୍ନ ସମୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଅପରାହ୍ନ ୩ ପରେ ତାପମାତ୍ରା ହ୍ରାସ ପାଇଥିଲା । ସେହିପରି ରାତିରେ ମଧ୍ୟ ପ୍ରଚଣ୍ଡ ଗରମ ଅନୁଭୁତ ହୋଇଥିଲା।
Powered by Froala Editor