ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କୋହଳ ହେଲା ନିୟମ, ଜାଣନ୍ତୁ କ’ଣ

ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ କ୍ଵାରେଣ୍ଟାଇନ୍ ବ୍ୟବସ୍ଥାରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର। ଏନେଇ ଶନିବାର ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ଫେରନ୍ତା ଜଣେ ଲୋକ ଯଦି ଦୁଇଟି ଡୋଜ୍ କୋଭିଡ୍ ଟିକା ନେଇଥିବାର ପ୍ରମାଣପତ୍ର କିମ୍ବା ୪୮ ଘଣ୍ଟା ପୂର୍ବର ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବେ ତେବେ ତାଙ୍କୁ ୧୪ ଦିନ ବଦଳରେ ୭ ଦିନ କ୍ଵାରେଣ୍ଟାଇନ୍ରେ ରହିବାକୁ ପଡ଼ିବ। ସେ ଚାହିଁଲେ ନିଜ ଘରେ ମଧ୍ୟ ହୋମ୍ କ୍ୱାରେଣ୍ଟାଇନ୍ରେ ରହିପାରିବେ। ତେବେ ଟିକା ନେଇ ନଥିବା କିମ୍ଵା କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିବା ବ୍ୟକ୍ତିମାନଙ୍କ ପାଇଁ ପୂର୍ବର ନିୟମ ବଳବତ୍ତର ରହିବ। ଅର୍ଥାତ୍ ସେମାନେ ୧୪ ଦିନିଆ ବାଧ୍ୟାତମୂଳକ କ୍ଵାରେଣ୍ଟାଇନ୍ରେ ରହିବେ। ସରକାରଙ୍କ ଦ୍ଵାରା ହୋଇଥିବା କ୍ଲଷ୍ଟର କ୍ଵାରେଣ୍ଟାଇନ୍ ସେଣ୍ଟର କିମ୍ଵା ପେଡ୍ କ୍ଵାରେଣ୍ଟାଇନ୍ରେ ସେମାନେ ରହିପାରିବେ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି।
Powered by Froala Editor