‘ ଚାଲୁ ରହିବ ରଥ ନିର୍ମାଣ ପ୍ରକ୍ରିୟା ’

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯଦିଓ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି, ତେବେ ରଥ ନିର୍ମାଣ ପ୍ରକ୍ରିୟା ଚାଲୁ ରହିବ । ଏନେଇ ଟୁଇଟ ଯୋଗେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପରମ୍ପରା ଅନୁଯାୟୀ ରଥ ନିର୍ମାଣ ପ୍ରକ୍ରିୟା ଚାଲୁ ରହିବ । ସେବାୟତଙ୍କ ପାଇଁ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ହେବ । ଚନ୍ଦନ, ସ୍ନାନ ଓ ରଥ ଯାତ୍ରା ପାଇଁ ପର୍ଯ୍ୟାପ୍ତ ମାସ୍କ ଓ ସାନିଟାଇଜର କିଣାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହାହେଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି । ମେ’ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି ।
ପ୍ରକାଶ ଯେ, ଆଜି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶା ନିଯୋଗର ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଯୋଗଦେଇଥିବା ସେବାୟତମାନେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ପାଇଁ ଦାବି କରିଥିଲେ । କରୋନା ସଂକ୍ରମଣ ବଢୁଥିବାରୁ ସେବାୟତମାନେ ଏଭଳି ଦାବି କରିଥିଲେ । ଯାହା ଫଳରେ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି । ଏହି କଟକଣା ନେଇ ଶ୍ରୀମମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ନିର୍ବିଘ୍ନ ନୀତିକାନ୍ତି ନିମନ୍ତେ ସେବାୟତଙ୍କ ସୁସ୍ଥତା ପାଇଁ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଲେ ବି ଦୈନିକ ନୀତିକାନ୍ତି ଚାଲୁ ରହିବ ।
Powered by Froala Editor