ମହାନଦୀରେ ଚାଲିଗଲା ୩ ନିରିହ ଜୀବନ
କଟକ: ଗତକାଲି କଟକ ଜିଲ୍ଲା ନୂଆ ବଜାରର ପୋତା ପୋଖରୀ ଅଞ୍ଚଳର ୪ଜଣ ଛାତ୍ର ସାଇକେଲ ଯୋଗେ ସ୍କୁଲ ବାହାରିଥିଲେ । ସ୍କୁଲରୁ ଫେରି ଘରୁ ବାହାନା କରି ସାଙ୍ଗ ସହ ଦେଖା କରିବାକୁ କହି ମହାନଦୀର ଭଦିମୂଳ ଘାଟକୁ ଖେଳିବାକୁ ଚାଲିଯାଇଥିଲେ । ସେଠାରେ ଖେଳୁ ଖେଳୁ ଚାରି ଜଣ ମହାନଦୀରେ ବୁଡି ଯାଇଥିଲେ । ସନ୍ଧ୍ୟା ହେବାରୁ ୪ ଜଣ ଘରକୁ ନଫେରିବାରୁ, ସମସ୍ତଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ ।
ଖୋଜାଖୋଜି କରିବା ସମୟରେ ଭଦିମୂଳ ଘାଟରେ ଦୁଇଟି ସାଇକେଲ ଓ ପିଲାମାନଙ୍କ ଚପଲ ଥିବା ଦେଖିବାକୁ ପାଇଥିଲେ । ଖୋଜା ଖୋଜି କରିବା ପରେ ଗତକାଲି ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତାକୁ ଏସ୍ସିବି କାଜୁଆଲିଟି ୱାର୍ଡକୁ ନିଆଯାଇଥିଲା । ଡାକ୍ତର ତାକୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ । ସେହି ପିଲାଟିର ନାଁ’ କ୍ଷେତ୍ରବାସୀ ବେହେରା । ତେବେ ଅଗ୍ନିଶମ ବାହିନୀର ଖୋଜାଖୋଜି ପରେ ଆଜି ଆଉ ୨ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏବେ ଆଉ ଜଣଙ୍କୁ ଅଗ୍ନିଶମ ବିଭାଗ ଖୋଜାଖୋଜି କରୁଛି । ତେବେ ଏହି ଚାରି ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ଓ ସେମାନଙ୍କ ବୟସ ୧୩ରୁ ୧୪ ବର୍ଷ ବୋଲି ସୂଚନା ମିଳିଛି ।
ଏନେଇ ଜଣେ ନିଖୋଜ ଛାତ୍ର ଶୁଭମ ସେଠୀଙ୍କ ମା’ କଲ୍ୟାଣୀ ସେଠୀ କହିଛନ୍ତି, ମୋ ପୁଅ କାଲି ସ୍କୁଲରୁ ୧ଟାରେ ଆସିଲା। ଏହାପରେ ଦିଦି ଏକ କାଗଜ ଦେଇଥିବା ବେଳେ ସାଙ୍ଗ ପାଖରେ ଦେଇ ଆସୁଛି ବୋଲି କହିଲା। ଘରୁ ପଳାଇଲା। ହେଲେ ୫ଟା ଯାଏ ଫେରିଲାନି। ଏହାପରେ ସନ୍ଦେହ ହେବାରୁ ଖୋଜାଖୋଜି ଆରମ୍ଭ କଲୁ। ଏହାପରେ ନଦୀ କୂଳରେ ସାଇକେଲ ଥିବା ଖବର ପାଇ ଏଠାକୁ ଆସିଲୁ। ଏନେଇ ସାରା ଗାଁ’ରେ ଶୋକର ଛାୟା କେଲିଯାଇଛି ।
Powered by Froala Editor