ବଡ଼ ଖବର, ଆଜି ଓଡ଼ିଶାକୁ ଆସୁଛି ଲକ୍ଷେ ଡୋଜ କୋଭିସିଲ୍ଡ ଟିକା

ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ ଗତ କିଛି ଦିନ ହେଲା ରାଜ୍ୟରେ ଟିକା ସମସ୍ୟା ଲାଗି ରହିଛି । ଟିକା ଅଭାବ ଯୋଗୁଁ ଅଧିକାଂଶ ଟିକାକେନ୍ଦ୍ର ବନ୍ଦ ରଖାଯାଇଥିବା କୁହାଯାଇଛି । ଏହାରି ଭିତରେ ଏକ ବଡ଼ଖବରସାମନାକୁ ଆସିଛି । ତାହା ହେଲା ଆଜି ଓଡ଼ିଶାକୁ ଲକ୍ଷେ ଡୋଜ କୋଭିସିଲ୍ଡ ଟିକା ଆସୁଛି । ରାଜ୍ୟରେ ଟିକାକରଣ ନେଇ ସୂଚନା ଦେବା ଅବସରରେ ପରିବାର କଲ୍ୟାଣ ନିଦେ୍ର୍ଧଶ ଏହା କହିଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଆଜି ଓଡ଼ିଶାକୁ ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିବ । ବର୍ତ୍ତମାନ ସୁଦ୍ଧା ୫୫ଲକ୍ଷ ୫୦ ହଜାର ୩୮୦ ଡୋଜ ଦିଆଯାଇଛି । ଅଗ୍ରାଧିକାରୀ ଭିତ୍ତିରେ ପଶ୍ଚିମ ଓଡ଼ିଶାକୁ ଟିକା ଦିଆଯାଉଛି । ୨ଟି ଡୋଜ ନେବା ପରେ ହିଁ ସଂକ୍ରମଣରୁ ରକ୍ଷା କରାଯାଇପାରିବ । ୧୮ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟିକାକରଣ ନେଇ ଆଜି ଆଲୋଚନା ହେବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶ କହିଛନ୍ତି ।
Powered by Froala Editor