ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ବାରିପଦା : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରାଯାଇଛି। ଭୁବନେଶ୍ବର ଭିଜିଲାନ୍ସ ଟିମ୍ ନେତୃତ୍ବରେ ଏକାକାଳୀନ ୧୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
ମିଳିଥିବା ସୂଚନାନୁସାରେ, ବାରିପଦା ଆଇ.ଟି.ଡି.ଏ. କାର୍ୟ୍ୟାଳୟ, ଭଞ୍ଜପୁରସ୍ଥିତ ଘର, ବାଲିଆପାଳର ଭୋଗରାଇ ସ୍ଥିତ ପୈତ୍ୟୁକ ଘର ସହିତ ଭୁବନେଶ୍ବର ଓ ଉତ୍ତରା ଆଦି ସ୍ଥାନରେ ଥିବା ସମ୍ପତ୍ତି ଉପରେ ଚଢଉ କରିଛି ଭିଜିଲାନ୍ସ। ତେବେ ଦୀର୍ଘ ଆଠ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ୟ୍ୟାଳୟରେ ଚାକିରୀ କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତ ଥିବାର ପୂର୍ବରୁ ଖବର ମଧ୍ୟ ପ୍ରକାଶ ହୋଇଥିଲା। ଠିକାଦାରଙ୍କ ଜାଲି ଦସ୍ତଖତକୁ ନେଇ ଅନେକ ସମୟରେ ଟଙ୍କା ଉଠାଇ ନେଇଥିବାର ଠିକାଦାର ଅଭିଯୋଗ ଆଣିଥିଲେ। ଏହା ସହିତ ଜିଏସଷ୍ଟି ଠକେଇ ମାମଲାରେ ତଦନ୍ତ ଚାଲୁରହିଥିବାର ନଜିର ମଧ୍ୟ ରହିଛି। ଉତ୍ତରାଞ୍ଚଳ ଭିଜିଲାନ୍ସ ଆରକ୍ଷୀ ଅଧିକାରୀ ନିଜେ ଉପସ୍ଥିତ ରହି କରୁଛନ୍ତି ତଦନ୍ତ।
Powered by Froala Editor