ଥଣ୍ଡା ପାନୀୟ ପିଉଛନ୍ତି କି, ହୋଇପାରେ ହୃଦଘାତ
ଭୁବନେଶ୍ୱର: ସାବଧାନ ହୋଇଯାଆନ୍ତୁ ଯଦି ଆପଣ କୋଲଡ଼୍ରିଙ୍କସ ବା ଥଣ୍ଡା ପାନୀୟ ପିଉଛନ୍ତି । କାରଣ ଏହା ଆପଣଙ୍କର ହୃଦଘାତ,ହୃଦୟ ଜନିତ ରୋଗ ଓ ମୃତୁ୍ୟର କାରଣ ହୋଇପାରେ । ଚିନି ର ବିକଳ୍ପ ଭାବେ ଆର୍ଟିଫିସିଆଲ ମିଠାଯୁକ୍ତ ଖାଦ୍ୟ ନେଉଛନ୍ତି ଓ ସାଧାରଣ ପାନୀୟ ବଦଳରେ ଡ଼ାଏଟ ଡ଼୍ରିଙ୍କସ ବା ଥଣ୍ଡା ପାନୀୟ ନେଉଛନ୍ତି ତାହାଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ରହିଛି ବଡ଼ ବିପଦ ।
୧୨ ବର୍ଷ ରିସର୍ଚ୍ଚର ରିପୋର୍ଟ:
ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ୍ ମେଡ଼ିସିନ ସେଣ୍ଟରରେ ୧୨ ବର୍ଷ ଧରି ହୃଦଘାତକୁ ନେଇ ଏ ସର୍ଭେ କରାଯାଇଥିଲା । ରିସଚ୍ଚର୍ସଙ୍କ କହିବା ଅନୁସାରେ ଦିନକୁ ଦୁଇରୁ ଅଧିକ ଥର ଥଣ୍ଡା ପାନୀୟ ପିଉଥିବା ମହିଳାଙ୍କ କ୍ଷେତ୍ରରେ ଇସ୍କୋମିକ ଷ୍ଟ୍ରୋକର ବିପଦ ବଢ଼ି ଯାଇଥାଏ । ଏଥିରେ କୁହାଯାଇଛି ୫.୧ ପ୍ରତିଶତ ମହିଳା ଏମିତି ଥିଲେ ଯେଉଁମାନେ ଦୁଇରୁ ଅଧିକ ଥର ଥଣ୍ଡା ପାନିୟ ନେଉଥିଲେ । ଏମାନଙ୍କ କ୍ଷେତ୍ରରେ ହୃଦଘାତର ସମ୍ଭାବନା ଅଧିକ ରହିଛି ।
ଆର୍ଟିଫିସିଆଲ ମିଠା ଏକ ପ୍ରକାର କେମିକାଲ ଯାହାକୁ ଚିନିର ବିକଳ୍ପ ଭାବରେ ବ୍ୟବହାର କରାଯାଇଥାଏ । ବିଶେଷ କରି ଥଣ୍ଡା ପାନୀୟରେ ଏହା ଅଧିକ ମାତ୍ରାରେ ବ୍ୟବହୃତ ହୁଏ, ଯାହା ମହିଳା ମାନଙ୍କର ବହୁତ ପସନ୍ଦ । ହେଲେ, ସ୍ୱାସ୍ଥ୍ୟ ପ୍ରତି ଏହା ଟାଣି ଆଣେ ହୃଦଘାତ ଭଳି ବଡ଼ ବିପଦକୁ,ଯାହା ଆପଣଙ୍କର ମୃତୁ୍ୟର କାରଣ ହୋଇଥାଏ ।
ଆସନ୍ତୁ ଜାଣିବା ଭାରତର ସ୍ଥିତି କ’ଣ ରହିଛି?
ରିସର୍ଚ୍ଚ ରିପୋର୍ଟ ଅନୁସାରେ ପଶ୍ଚମବଙ୍ଗ ଓ ଛତିଶଗଡ଼ ରେ ଷ୍ଟ୍ରୋକ୍ ମାମଲାରେ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହିଛି । ଏହାର କାରଣ ସ୍ପଷ୍ଟ ହୋଇନଥିଲେ ବି ଏହାର ମୁକାବିଲା ପାଇଁ ହୃଦଘାତ ଚିକିସôା ଉପରେ ଧ୍ୟାନ ଦେବାକୁ ହେବ ।
ଦୃଦଘାତ ପରି ସମସ୍ୟାରୁ ଦୂରେଇ ରହିବାକୁ ହେଲେ ଡ଼ାଇବେଟିସ ଓ ରକ୍ତଚାପ ନିୟନ୍ତ୍ରଣରେ ରହିବା ଆବଶ୍ୟକ । ଏହାସହ ଯଦି ଆପଣ ଅଧିକ ଥଣ୍ଡା ପାନୀୟ ପିଉଛନ୍ତି ଏହା ହୃଦଘାତର ମୁଖ୍ୟ କାରଣ ହୋଇପାରେ ।
Powered by Froala Editor