ଆଜି ରାଜ୍ୟରେ ୨୮୮ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୨୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୬୬ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୨୨ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୫୩ ଜଣ ରହିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୦ଜଣ,ବରଗଡରୁ ୧, ଭଦ୍ରକରୁ ୭, ବଲାଙ୍ଗୀରରୁ ୩, ବୌଦ୍ଧରୁ ୧, କଟକରୁ ୨୧, ଦେବଗଡରୁ ୧, ଢେଙ୍କାନଳରୁ ୪, ଗଜପତିରୁ ୫, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨, ଯାଜପୁରରୁ ୧୦, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୧, କେନ୍ଦ୍ରାପଡାରୁ ୮, କେନ୍ଦୁଝରରୁ ୧, ମାଲକାନାଗୀରରୁ୧, ମୟୂରଭଞ୍ଜରୁ ୧୨, ନୟାଗଡରୁ ୬, ପୁରୀରୁ ୧୫, ସମ୍ବଲପୁରରୁ ୧୭, ସୁନ୍ଦରଗଡରୁ ୧୧, ଓ ରାଜ୍ୟପୁଲରୁ ୨୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୭ହଜାର ୬୭୪କୁ ବୃଦ୍ଧି ପାଇଛି ।
Powered by Froala Editor