ଏହି ନମ୍ବର ଡାଏଲ କଲେ ଆପଣଙ୍କୁ ମିଳିବ ଏହିସବୁ ଖାଦ୍ୟ

ଭୁବନେଶ୍ୱର: ସଟଡାଉନ ବେଳେ ଚିଲିକା ଫ୍ରେସ ମାଧ୍ୟମରେ ମାଛ, ଓପୋଲଫେଡ ମାଧ୍ୟମରେ କୁକୁଡା ମାଂସ ଓ ଅଣ୍ଡା ଏବଂ ଓମଫେଡ ମାଧ୍ୟମରେ ଦୁଗ୍ଧ ଜାତ ସାମଗ୍ରୀ ସହରବାସୀଙ୍କୁ ଯୋଗାଇ ଦିଆଯିବ । ଏନେଇ ବିଏମସି ପକ୍ଷରୁ ନମ୍ବର ଜାରି କରାଯାଇଛି । ମାଛ, ମାଂସ ଓ ଅଣ୍ଡା ଲାଗି ଗ୍ରାହକମାନେ ସକାଳ ୭ଟାରୁ ୯ଟା ଓ ଅପରାହ୍ନ ୧ ଟାରୁ ୩ଟା ମଧ୍ୟରେ ବୁକିଂ କରିପାରିବେ ଏବଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୪ଟା ରୁ ୬ଟା ମଧ୍ୟରେ ସାମଗ୍ରୀ ପହଞ୍ଚିବ । ସର୍ବନିମ୍ନ ୪୯୯ ଟଙ୍କାର ବୁକିଂ କରିବାକୁ ହେବ । ଏଥିସହ ପରିବହନ ବାବଦରେ ୫୦ ଟଙ୍କା ଦେବାକୁ ପଡ଼ିବ । ଚିଲିକା ଫ୍ରେସର ଶିରିପୁର (୯୦୪୦୧୪୪୦୬୫), ସିଆରପି ଛକ (୯୮୬୧୫୧୧୧୯୮), ସହିଦନଗର (୮୨୪୯୫୯୯୭୩୩) ଓ ଓପୋଲଫେଡର ସହିଦନଗର (୮୪୮୦୨୨୬୦୮୬/୭୮୭୩୫୫୮୮୩୩), ଆଇଆରସି ଭିଲେଜ (୯୪୩୯୩୪୯୫୨୧/୯୯୩୮୫୧୩୮୨୯), ଓୟୁଏଟି କ୍ୟାମ୍ପସ (୭୮୭୩୦୦୯୬୧୯/୯୪୩୮୫୮୪୪୪୬) ଓ ଚନ୍ଦ୍ରଶେଖରପୁର (୯୫୮୩୨୩୩୬୨୨୯/୮୦୯୩୬୨୪୨୭୪) ପକ୍ଷରୁ ସେବା ଯୋଗାଇ ଦିଆଯିବ ।
Powered by Froala Editor