ହାଇସ୍କୁଲରେ ୫୩ ଛାତ୍ରୀ କରୋନା ପଜିଟିଭ
ଭୁବନେଶ୍ୱର: ଦୀର୍ଘ ଦିନ ଧରି କରୋନା ମହାମାରୀ ଯୋର୍ଗୁ ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ ଓ ସମସ୍ତ ପ୍ରକାର କରୋନା କଟକଣାକୁ ମାନି ବିଦ୍ୟାଳୟ ଖୋଲିବାକୁ ଶିକ୍ଷାମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ତେବେ ଏହି କଟକଣା ମାନି ବିଦ୍ୟାଳୟ ଗୁଡିକ ଖୋଲାଯାଇଥିଲା ।
ଆଜି ସୁନ୍ଦରଗଡର ଏକ ସରକାରୀ ଅନୁଦାନ ପ୍ରାପ୍ତ ବାଳିକା ଉଚ୍ଚ ବିଦ୍ୟାଳୟରୁ ୫୩ଜଣ ଛାତ୍ରୀ କରେନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ୫୩ଜଣ ଛାତ୍ରୀ କରୋନା ପଜିଟିଭ ହୋଇଥିବା ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି । ଏଥିପାଇଁ ସପ୍ତାହେ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
Powered by Froala Editor