ଓଲଟିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ

ଭୁବନେଶ୍ବର: ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକ ଭାରସାମ୍ୟ ହରାଇ କଟକ ନଖରା ଛକରେ ଓଲଟି ପଡିଛି। ଫଳରେ ରାସ୍ତା କଡରେ ଗଦା ହୋଇ ପଡିଛି ଗ୍ୟାସ ସିଲିଣ୍ଡର। ମଞ୍ଚେଶ୍ବର ପୋଲିସ ପହଞ୍ଚି ଆହତ ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।
ଗ୍ୟାସ ସିଲିଣ୍ଡର ବୋଝେଇ ହୋଇ ଏକ ଟ୍ରକ ଆସୁଥିଲା। ନଖରା ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରକ ଓଲଟି ପଡିଥିଲା। ଏଥିରେ ଟ୍ରକ ଡ୍ରାଇଭର ଆହତ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ଟ୍ରକ ଡ୍ରାଇଭରକୁ ଉଦ୍ଧାର କରି କ୍ୟାପିଟାଲ ମେଡିକାଲକୁ ସ୍ଥାନାନ୍ତର କରିଛି। ପୋଲିସ ଘଟଣାର ତଦନ୍ତ କରୁଛି।
Powered by Froala Editor