କୋଭାକ୍ସିନକୁ ବ୍ରିଟେନ ସରକାରଙ୍କ ଅନୁମତି
ଏଣିକି ବିଦେଶୀ ଶିକ୍ଷାର୍ଥୀ ଓ ପର୍ଯ୍ୟଟକମାନଙ୍କୁ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ। ବ୍ରିଟେନ ସରକାର କୋଭାକ୍ସିନ ଟିକାକୁ ମାନ୍ୟତା ପ୍ରଦାନ କରିଛନ୍ତି। ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ କହିଛି, ଚାଇନାର ସିନୋଭାକ ବାୟୋଟେକ ଲିଃ ଓ ଭାରତର ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଟିକାକୁ ଅନୁମୋଦନ ମିଳିଛି। ଏହି ଦୁଇ କମ୍ପାନୀର ଟିକା ନେଇଥିବା ଲୋକଙ୍କୁ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ। ଦୁଇଟି ଯାକ ଡୋଜ୍ ନେଇଥିବା ଲୋକ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ବ୍ରିଟେନକୁ ଆସିପାରିବେ ବୋଲି ବିଭାଗ କହିଛି।
ପୂର୍ବରୁ ବ୍ରିଟେନ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇ ଥିବାରୁ ସେଠାକୁ ପାଠପଢ଼ିବା ପାଇଁ ଯିବାକୁ ଥିବା ଶିକ୍ଷାର୍ଥୀମାନେ ଚିନ୍ତାରେ ରହିଥିଲେ। ସେହିପରି ପର୍ଯ୍ୟଟକମାନେ ବ୍ରିଟେନ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା କରିଥିଲେ। ତେବେ ବ୍ରିଟେନ ସରକାର ଭାରତ ଓ ଚାଇନାରେ ବ୍ୟବହୃତ ହେଉଥିବା କରୋନା ଟିକା ନେଇଥିବା ଲୋକଙ୍କୁ ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି।
Powered by Froala Editor