ୟୁଏସ୍ ଟୁରରୁ ଫେରିବା ପରେ କମଲ ହାସନଙ୍କୁ କରୋନା
ମକ୍କାଲ ନିଧି ମାୟାମ ସଭାପତି ତଥା ଅଭିନେତା କମଲ ହାସନଙ୍କୁ କରୋନା ହୋଇଛି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୟୁଏସ୍ ଟୁରରୁ ଫେରିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ନିଜେ କମଲ ହାସନ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଆମେରିକାରୁ ଫେରିବା ପରେ ମୋର ସାମାନ୍ୟ କାଶ ହୋଇଥିଲା। ଯେତେବେଳେ ମୁଁ ପରୀକ୍ଷା କଲି, କରୋନାଭାଇରସ୍ ସଂକ୍ରମଣରେ ସଂକ୍ରମିତ ଥିବା ନିଶ୍ଚିତ ହେଲା। ଏବେ ମୁଁ ନିଜକୁ ଡାକ୍ତରଖାନାରେ ଅଲଗା ରଖିଛି। ଏବେବି ସମସ୍ତେ ଜଗି ରଖି ଚଳିବା ଉଚିତ୍ ବୋଲି ହାସନ ଏକ ଟ୍ଵିିଟ୍ ରେ କହିଛନ୍ତି।
ଟ୍ବିଟ୍ ପରେ କମଲ ହାସନ ଶୀଘ୍ର କରୋନା ମୁକ୍ତ ହେବା ନେଇ ପ୍ରଶଂସକ ପ୍ରାର୍ଥନା କରିବା ଆରମ୍ଭ କରି ଦେଇଛନ୍ତି । କିଛି ୟୁଜର୍ସ ଏବେ ବିଗ ବୋଷ କିଏ ହୋଷ୍ଟ କରିବ ବୋଲି ପ୍ରଶ୍ନ କରିଛନ୍ତି । କାରଣ ସେ ଷ୍ଟାର ବିଜୟ ଟେଲିଭିଜନ ଚ୍ୟାନେଲରେ ବିଗ୍ ବସ୍ ଶୋ (ତାମିଲ ସିଜିନ୍-୫)ର ହୋଷ୍ଟ ମଧ୍ୟ ଅଟନ୍ତି।
Powered by Froala Editor