ପ୍ରଦୀପଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତ ନିଦେ୍ର୍ଧଶ ଦେଇଥିଲେ । ହେଲେ ଫେବୃୟାରୀ ୩ ତାରିଖରେ ଏହାକୁ ଖାରଜ କରିଦେଇଥିଲେ ଓଡ଼ିଶା ହାଇକୋର୍ଟ । ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଫେବୃୟାରୀ ୩ ତାରିଖ ଆଦେଶ ଉପରେ ରୋକ ଲଗାଇ ଦେଇଛନ୍ତି । ଏଥିସହିତ ସୁପି୍ରମକୋର୍ଟ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ନୋଟିସ ମଧ୍ୟ ଜାରି କରାଯାଇଛି । ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ଆଦେଶକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେବେ ଏହାର ଶୁଣାଣି କରି ଓଡ଼ିଶା ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଲୋକାୟୁକ୍ତ ଦେଇଥିବା ତଦନ୍ତ ନିଦେ୍ର୍ଧଶକକୁ ରଦ୍ଧ କରିଥିଲେ । ହାଇକୋର୍ଟର ଆଦେଶକୁ ଚାଲେଞ୍ଜ କରି ଓଡ଼ିଶା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁପି୍ରମକୋର୍ଟରେ ସ୍ୱତନ୍ତ୍ର ଲିଭ ପିଟିସନ (ଏସଏଲପି) ଦାଖଲ କରାଯାଇଥିଲା । ଭିଡିଓ କନଫରେନ୍ସିଂ ଜରିଆରେ ଏହି ମାମଲାର ଶୁଣାଣି ହୋଇଥିଲା । ସୁପି୍ରମକୋର୍ଟର ବିଚାରପତି ଜଷ୍ଟିସ ନବୀନ ସିହ୍ନା ଓ ବିଚାରପତି ଅଜୟ ରାସ୍ତୋଗୀଙ୍କ ଖଣ୍ଡପୀଠ ଏହାକୁ ଶୁଣାଣି କରିଥିଲେ ।
Powered by Froala Editor