ନୂଆ ଲୁକ୍ରେ ସୁସ୍ମିତା ସେନ୍

୪୬ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ । କିଛି ଦିନ ହେଲା ସେ ତାଙ୍କର ୱେବ୍ ସିରିଜ ‘ଆର୍ଯ୍ୟ-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ସୁସ୍ମିତା ଆର୍ଯ୍ୟ-୨ ବ୍ୟତୀତ ନିଜ ନୂଆ ଲୁକ୍ ସେୟାର କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ସୁସ୍ମିତା ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ସରପ୍ରାଇଜ୍ ଦେଇଛନ୍ତି । ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ନେଇ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହାକୁ ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରଛନ୍ତି।
ଭିଡିଓରେ ସୁସ୍ମିତା ହେୟାର କଟ୍ କରିଥିବାର ନଜର ଆସିଛନ୍ତି ଏବଂ ବଡ ଚଷମା ପିନ୍ଧିଛନ୍ତି। ଏନେଇ ସେ କହିଛନ୍ତି ଯେ ଏହା ମୋର ନୂଆ ଅବତାର। ମୁଁ ବର୍ତ୍ତମାନ ମୋର ଅସ୍ତ୍ରୋପଚାରରୁ ସୁସ୍ଥ ଅଛି। ଯେତେବେଳେ ମୁଁ ମୋର ଅସ୍ତ୍ରୋପଚାର ବିଷୟରେ କହିଥିଲି, ତୁମମାନଙ୍କ ମଧ୍ୟରୁ କେତେଜଣ ବିରକ୍ତ ମଧ୍ୟ ହୋଇଥିଲେ। କିନ୍ତୁ ମୁଁ କହିବାକୁ ଚାହେଁ ଯେ ମୁଁ ବର୍ତ୍ତମାନ ଭଲ ଅଛି।
Powered by Froala Editor