ତୃତୀୟ ବିବାହ କରିବେ ଅମୀର ଖାନ୍ !

ତୃତୀୟ ବିବାହ କରିବେ ଅମୀର ଖାନ୍ । ଅମୀର ନିଜର ଜଣେ କୋ-ଷ୍ଟାରଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି। ଅମୀର ନିଜର ଅପକମିଙ୍ଗ ଫିଲ୍ମ 'ଲାଲ ସିଂହ ଚଡ୍ଡା' ପାଇଁ ବ୍ୟସ୍ତ ଅଛନ୍ତି। ଫିଲ୍ମ ରିଲିଜରେ ଯେମିତି କିଛି ବାଧା ନ ଆସେ ସେଥିପାଇଁ ଅମୀର ଏବେ ବିବାହକୁ ନେଇ ଘୋଷଣା କରୁନାହାନ୍ତି ବୋଲି କୁହାଯାଉଛି।
ଅମୀରଙ୍କ ପ୍ରଥମ ବିବାହ ରୀନା ଦତ୍ତାଙ୍କ ସହ ହୋଇଥିଲା। ରୀନାଙ୍କ ଠାରୁ ଅଲଗା ହେବାପରେ ୨୦୦୫ ରେ ସେ କିରଣ ରାଓଙ୍କୁ ବିବାହ କରିଥିଲେ। ବିବାହର ୧୫ ବର୍ଷ ପରେ ୨୦୨୧ରେ ଦୁହେଁ ଅଲଗା ହୋଇଯାଇଛନ୍ତି। ତେବେ ବିବାହ ବିଚ୍ଛେଦ ପରେ ବି ଦୁହେଁ ଭଲ ବନ୍ଧୁ ହୋଇ ରହିବେ ବୋଲି ଅମୀର କହିଥିଲେ।
Powered by Froala Editor