ଶୀତଦିନ ଆପଣାନ୍ତୁ ଏହି ଉପାୟ.....

ଶୀତ ଦିନ। ଥଣ୍ଡା ଦିନରେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେବା ସହ କିଛି ସ୍ୱତନ୍ତ୍ର ଉପାୟ ଆପଣାଇବା ଆବଶ୍ୟକ। କିଛି ପ୍ରକାରର ପାନୀୟର ବ୍ୟବହାର ଆପଣଙ୍କୁ ଥଣ୍ଡା ପାଗରେ ରୋଗରୁ ରକ୍ଷା କରିବ,ଶରୀରର ଜଳୀୟଅଂଶ ଅଭାବକୁ ଦୂର କରିଥାଏ ଏବଂ ଓଜନକୁ ମଧ୍ୟ ନିୟନ୍ତ୍ରଣ କରିବ । ଜାଣନ୍ତୁ..
ଉଷୁମ ପାଣି – ସବୁଠାରୁ ସହଜ ଏବଂ ସୁବିଧାଜନକ ଉପାୟ ହେଉଛି ଉଷୁମ ପାଣି ପିଇବା, ଯାହା ଜୀବାଣୁ ମୁକ୍ତ, ହଜମ ଏବଂ ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଆଣିଥାଏ,ରୋଗରୁ ରକ୍ଷା କରିଥାଏ।
ଚା – ଗ୍ରୀନ୍ ଟି, ବ୍ଲାକ୍ ଚା କିମ୍ବା ଅଦା ଏବଂ ଡାଲଚିନି ମିଶ୍ରିତ ଚା’ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଆପଣଙ୍କୁ ଥଣ୍ଡା ପାଗରେ ଏହା ଅସୁସ୍ଥ ହେବାରୁ ରକ୍ଷା କରିପାରିବ ।
ସୁପ୍ – ସୁପ୍ ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ବିକଳ୍ପ । ତେଣୁ ନିଜ ପସନ୍ଦର ସୁପ୍ ପ୍ରସ୍ତୁତ କରି ଖାଆନ୍ତୁ। ଶୀତଦିନେ ସୁସ୍ଥ ରୁହନ୍ତୁ ।
ଡାଲଚିନି ପାଣି – ଡାଲଚିନିକୁ ପାଣିରେ ଫୁଟାଇ ପ୍ରସ୍ତୁତ ପାଣିର ବ୍ୟବହାର ବେଶ ଲାଭଦାୟକ। ଆପଣଙ୍କୁ ଥଣ୍ଡାରୁ ରକ୍ଷା କରିଥାଏ, ତେଣୁ ଏହା ଏକ ଭଲ ବିକଳ୍ପ ଜ୍ଝ
ତୁଳସୀର କାଢା ପ୍ରସ୍ତୁତ କରି ପିଇବା ଦ୍ୱାରା ଏହା ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବା ସହ ବେଶ ହିତକାରୀ। ଏଥିରେ ଆପଣ ଗୁଡ,ଅଦା କିମ୍ବା ଲବଙ୍ଗର ମଧ୍ୟ ବ୍ୟବହାର କରି ପାରିବେ।
Powered by Froala Editor