ନୌସେନାରେ ସାମିଲ ହେବ ଆଇଏନଏସ୍ ବିଶାଖାପଟନମ
ନୌସେନାରେ ସାମିଲ ହେବ ଆଇଏନଏସ୍ ବିଶାଖାପଟନମ । ସ୍ବଦେଶ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ୍ ବିଶାଖାପଟନମକୁ ରବିବାର ନୌସେନାରେ ସାମିଲ କରାଇବେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ପ୍ରତିରକ୍ଷାମନ୍ତ୍ରୀ ମୁମ୍ବାଇ ସ୍ଥିତ ନାଭାଲ ଡକୟାର୍ଡରେ ଏହି ଡେଷ୍ଟ୍ରୟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ସହିତ ଆସନ୍ତା ୨୫ ତାରିଖରେ ଏକ ଅତ୍ୟାଧୁନିକ ବୁଡ଼ାଜାହଜ ଆଇଏନଏସ ଭେଲା ମଧ୍ୟ ନୌସେନାରେ ସାମିଲ ହେବ । ଏହାକୁ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଯୁଦ୍ଧ ଜାହାଜ ଓ ବୁଡ଼ାଜାହଜ ସ୍ବଦେଶୀ ଜ୍ଞନକୌଶଳରେ ନିର୍ମିତ ହୋଇଛି । ବାୟୁସେନାର ଆକ୍ରମଣରୁ ବର୍ତ୍ତିବା ପାଇଁ ୩୨ ବାରାକ୍ ମିସାଇଲ୍ ଖଞ୍ଜା ହୋଇଛି । ଏଥିସହ ୭୬ ଏମଏମ ସୁପରର ଗନ୍ ମଧ୍ୟ ରହିଛି । ସମୁଦ୍ରତଟରେ ସମ୍ମୁଖରୁ ଆସୁଥିବା ସମସ୍ତ ଶତ୍ରୁକୁ ଧ୍ବଂସ କରିବାର କ୍ଷମତା ରଖିଛି ଆଇଏନଏସ୍ ବିଶାଖାପଟନମ । ଏହାର ଓଜନ ୭ ହଜାର ୪୦୦ ଟନ୍ ହୋଇଥିବାବେଳେ ଏହାର ଲମ୍ବ ହେଉଛି ୧୬୩ ମିଟର ଓ ଚଉଡା ହେଉଛି ୧୭ ମିଟର । ଘଣ୍ଟାକୁ ୫୫.୫୬ କିଲୋମିଟର ବେଗରେ ଦୌଡିବ ଆଇଏନଏସ୍ ବିଶାଖାପଟନମ । ଭାରତ ଓ ଇସ୍ରାଏଲ ଏକ ହୋଇ ଏହାକୁ ନିର୍ମାଣ କରିଥିବାବେଳେ ଭାରତର ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳ ଏଥିରେ ସ୍ଥାନ ପାଇଛି ।
Powered by Froala Editor