ପୁଣିଥରେ ୟଶ ଦାସଗୁପ୍ତାଙ୍କ ସହ ଫଟୋ ସେୟାର କଲେ ନୁସରତ

ନିକଟରେ ପଶ୍ଚିମବଙ୍ଗର ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ୟଶଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି କି – ‘ଆମକୁ ଆଶୀର୍ବାଦ କରନ୍ତୁ’।
ନିଖିଲ ଜୈନଙ୍କ ସହିତ ବିବାହ ଭାରତରେ ବେଆଇନ ଘୋଷଣା ହେବା ପରେ, ନୁସରତ ପୁଣିଥରେ ୟଶ ଦାସଗୁପ୍ତାଙ୍କ ସହ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟେ ଖୁସିଥିବା ଦେଖିବାକୁ ମିଳୁଛି।
ନୁସରତ ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପୁଅକୁ ଜନ୍ମ ଦେବା ପରେ ନୁସରତ ୟଶ ଦାସଗୁପ୍ତଙ୍କ ସହ ବହୁତ ସମୟ ବିତାଉଥିବା ଦେଖିବାକୁ ମିଳିଛି। ଦୀପବାଳି ଅବସରରେ ନୁସରତ ମଧ୍ୟ ପୁଅ ଏବଂ ୟଶ ଦାସଗୁପ୍ତାଙ୍କ ଫଟୋ ଶେୟାର କରି ନିଜ ସମ୍ପର୍କକୁ ଅଫିସିଆଲି ଘୋଷଣା କରିଥିଲେ। ନିଖିଲଙ୍କ ଠାରୁ ଭିନ୍ନ ହେବା ପରେ ୟଶ୍ଙ୍କୁ ସେ ବିବାହ କରିଥିବା କଥାର ମଧ୍ୟ ଖୁଲାସା ହୋଇଥିଲା। ପ୍ରଥମ କରି ସେ ମଥାରେ ସିନ୍ଦୂର ଲଗାଇ ଫଟୋ ଶେୟାର କରିଥିଲେ।
୨୦୧୯ ଜୁନ୍ ୧୯ ରେ ନିଖିଲ ଜୈନ୍ ଏବଂ ନୁସରତଙ୍କ ବିବାହ ହୋଇଥିଲା। ହିନ୍ଦୁ ରୀତିନୀତି ଅନୁଯାୟୀ ବେଶ୍ ଧୁମ୍ଧାମରେ ତୁର୍କୀରେ ଟର୍କିସ ମ୍ୟାରେଜ ରେଗୁଲେସନ୍ସ ଆଧାରରେ ଉଭୟ ବିବାହ କରିଥିଲେ। ଏବେ ଏହି ବିବାହକୁ କୋଲକାତା କୋର୍ଟ ଅବୈଧ ବୋଲି ଘୋଷଣା କରିଛନ୍ତି।
Powered by Froala Editor