ଖୋର୍ଦ୍ଧାରେ କାୟା ମେଲାଇଛି କରୋନା, ୧୧୮୯ ଚିହ୍ନଟ

ଭୁବବେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ରାଜ୍ୟରେ କ୍ରମାଗତ ତୃତୀୟ ଦିନ ପାଇଁ ୬ ହଜାର ଉପରେ ରହିଛି କରୋନା ଗ୍ରାଫ୍ । ଗତ ୨୪ ଘଂଟାରେ ରାଜ୍ୟରେ ୬ ହଜାର ୬୪୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ସଂଗରୋଧ କେନ୍ଦ୍ରରୁ ୩ହଜାର ୮୫୫ ଜଣ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଆକ୍ରାନ୍ତ ୨ ହଜାର ୭୯୨ ରହିଛି । ସବୁଠାରୁ ଅଧିକ ୧୧୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ।
Powered by Froala Editor