ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସର ପିପିଲି ପ୍ରାର୍ଥୀ । ତାଙ୍କ ନାଁକୁ ଏଆଇସିସି ଅନୁମୋଦନ କରିବା ସହିତ ସେ ପିପିଲି ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର ବାସିନ୍ଦା ବିଶ୍ୱକେଶନ ମହାପାତ୍ର । ସେ ଜିଲ୍ଲା କଂଗ୍ରେସର ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ୟ୍ୟ କରୁଛନ୍ତି ।
ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋଭିଡ଼ରେ ମୃତ୍ୟୁ ପରେ ସ୍ଥଗିତ ରହିଥିବା ଉପନିର୍ବାଚନ ପାଇଁ ଏହାରି ଭିତରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମେ ମେ ୧୩ରେ ଭୋଟ ପାଇଁ ନିର୍ବାଚନ ଅଧିକାରୀ ଘୋଷଣା କରିଥିବା ବେଳେ ପରେ ଇଦୁଲ ଫିତର ପାଇଁ ଏହାକୁ ମେ ୧୬ ତାରିଖକୁ ଘୁଂଚାଇ ଦିଆଯାଇଛି । ନିୟମ ଅନୁସାରେ କେବଳ କଂଗ୍ରେସର ନୂଆ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ବିଜେଡ଼ି ଓ ବିଜେପିର ପ୍ରାର୍ଥି ଅପରିବର୍ତ୍ତିତ ରହିବେ ।
Powered by Froala Editor