ଆଜି ରାତି ଓ ଆସନ୍ତାକାଲି ରାତି ୧୧ ଟା ଯାଏ ଶ୍ରୀମନ୍ଦିର ଖୋଲା
ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର SOP ହେଲା ସାମାନ୍ୟ ପରିବର୍ତ୍ତନ। ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ନେଇ ଶ୍ରୀମନ୍ଦିର ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ SOPରେ ସାମାନ୍ୟ ପରିବର୍ତ୍ତନ କରିଛି।
ଆଜି ରାତି ୧୧ ଟା ଓ ଆସନ୍ତାକାଲି ରାତି ୧୧ ଟା ଯାଏ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ । ପୂର୍ବରୁ ସକାଳ ୭ ଟା ରୁ ରାତି ୯ ଟା ଯାଏ ଶ୍ରୀମନ୍ଦିରରେ ଦର୍ଶନ ଅନୁମତି ରହିଥିଲା। ସେପଟେ ପୂର୍ଵ ନିଷ୍ପତ୍ତି ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଭକ୍ତଙ୍କ ଭିଡ଼ ଅଧିକ ହେବା ଆଶଙ୍କାକୁ ଦୃଷ୍ଟିରେ ରଖାଯାଇ କୋଭିଡ କଟକଣା ଅନୁଯାୟୀ କାର୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ ବନ୍ଦ ରହିବ ।
Powered by Froala Editor