ପୁଣି ଚୀନରୁ ଠାବ ହେଲା ୧୮ ବିପଦଜନକ ଭୂତାଣୁ
ଚୀନର ଉହାନରୁ ଠାବ ହୋଇଥିବା କରୋନା ଭୂତାଣୁ ସାରା ବିଶ୍ବରେ ୫୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହୋଇଥିବାବେଳେ ଏବେ ପୁଣି ନୂଆ ଭୂତାଣୁର ଚିନ୍ତା ସୃଷ୍ଟି କରିଛି। ଚୀନର ବିଭିନ୍ନ ସ୍ଥାନରୁ ଆଉ ୧୮ ପ୍ରକାର ଭୂତାଣୁ ଠାବ ହୋଇଛି।
ଚୀନ, ଆମେରିକା, ବେଲଜିୟମ ଓ ଅଷ୍ଟ୍ରେଲିଆର ଗବେଷକମାନେ ଏହି ମତ ଦେଇଥିଲେ ଯେ, ଚୀନ ଉହାନର ସନ୍ତସନ୍ତିଆ ଖାଦ୍ୟ ବଜାରରୁ କୋଭିଡ ଭୂତାଣୁର ଉତ୍ପନ୍ନ ହୋଇଥିଲା। ବିଭିନ୍ନ ଗବେଷଣାରୁ ୭୧ ପ୍ରକାର ଭୂତାଣୁର ଚିହ୍ନଟ କରାଯାଇଛି ଏହି ୭୧ଟି ଭୂତାଣୁ ମଧ୍ୟରୁ ୪୫ଟି ଭୂତାଣୁ ସମ୍ପୂର୍ଣ୍ଣ ନୂଆ ପ୍ରଜାତିର ବୋଲି ପ୍ରମାଣିତ ହୋଇଛି। ଏବଂ ସେଥିରୁ ୧୮ଟି ଭୂତାଣୁ ସବୁଠାରୁ ବିପଜ୍ଜନକ ବୋଲି ଗବେଷକମାନେ କହିଛନ୍ତି । ଏହି ଭୂତାଣୁ ମଣିଷ ଓ ଅନ୍ୟାନ୍ୟ ଗୃହପାଳିତ ପ୍ରାଣୀଙ୍କ ଲାଗି ବିପଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
Powered by Froala Editor